Latest Odisha News

BREAKING NEWS

ସାମ୍ନାକୁ ଆସିଲା ‘ଅବତାର-୨’ ର ପ୍ରଥମ ଲୁକ..

ମୁମ୍ବାଇ: ୨୦୦୯ରେ ରିଲିଜ ହୋଇଥିବା ଜେମ୍ସ କାମରେନଙ୍କ ଅବତାର ଫିଲ୍ମ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିବା ବେଳେ ଅବତାର-୨ର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି ।

BjdElectrycity

ଏପରି କି ଏହା ୨୦୦୯ର ସର୍ବାଧିକ ଆୟ କରିବା ଫିଲ୍ମରେ ଏକ ନମ୍ବର ସ୍ଥାନ ହାସଲ କରିଥିଲା । ନିକଟରେ ଅବଶ୍ୟ ଆଭେଞ୍ଜର୍ସ:ଦି ଏଣ୍ଡ ଗେମ୍ ଏହାକୁ ପଛରେ ପକାଇ ସର୍ବାଧିକ ଆୟ ହାସଲକାରୀ ଫିଲ୍ମ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି ।

ଅବତାର-୨ର ପ୍ରସ୍ତୁତି ନେଇ ବିଭିନ୍ନ କଳ୍ପନା ଜଳ୍ପନା ଚାଲିଥିଲା । ଏବେ ଏହାର ଅନ୍ତ ଘଟିଛି । କାମେରନ ନିକଟରେ ଅବତାର-୨ର ପ୍ରଥମ ଲୁକ୍ ଟୁଇଟରରେ ଶେୟାର କରିଛନ୍ତି । ଏହା ପୂର୍ବରୁ ଏ ଭଳି ଫିଲ୍ମ ଦେଖି ନ ଥିବେ ବୋଲି ସେ ଦୃଢ଼୍ତା ସହକାରେ ଦର୍ଶକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ।

ଖୁବଶୀଘ୍ର ପାଣ୍ଡୋରା ବକ୍ସ ଓପନ ହେବ ବୋଲି ପ୍ରଯୋଜକ ସଂସ୍ଥା ପକ୍ଷରୁ ଉଲ୍ଲେଖ କରାଯାଇଛି ।

ଅବତାର-୨ ଫିଲ୍ମ ପାଇଁ ମର୍ସିଡେଜ ବେଞ୍ଜ ସ୍ୱତନ୍ତ୍ର ଭାବେ ଏକ କାର ନିର୍ମାଣ କରିଛି । ଏହାର ଫଟୋ ସୋସିଆଲ ସାଇଟରେ ପ୍ରକାଶ ପାଇବା ପରେ ଦର୍ଶକଙ୍କ ଉତ୍କଣ୍ଠା ଆହୁରି ବଢ଼ିଯାଇଛି ।

ବିଭିନ୍ନ ସିନେ ବିଶେଷଜ୍ଞଙ୍କ ଭବିଷ୍ୟବାଣୀ କରିଛନ୍ତି ଯେ ଅବତାର-୨ ବିଶ୍ୱର ସର୍ବାଧିକ ଆୟକାରୀ ଫିଲ୍ମ ହେବ । ଅବତାର ଫିଲ୍ମର ମୁଖ୍ୟ ବିଷୟ ହେଲା ପ୍ରକୃତି ଓ ଆଧୁନିକ ମାନବ ମଧ୍ୟରେ ଲଢ଼େଇ ।

Leave A Reply

Your email address will not be published.