ଭୁବନେଶ୍ବର: ଆପଣ ଜିଓ ସିମ୍ ବ୍ୟବହାର କରୁଛନ୍ତି କି? ତେବେ ମୁକେଶ ଅମ୍ବାନୀଙ୍କ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନୂଆ ବର୍ଷ ଅବସରରେ ଉପଭୋକ୍ତାମାନଙ୍କ ପାଇଁ ଏକ ମାଗଣା ଉପହାର ଦେଉଛି | କମ୍ପାନୀ ଜିଓ ଉପଭୋକ୍ତାଙ୍କୁ ୨୧୫୦ଟଙ୍କା ମୂଲ୍ୟର ଲାଭ ପ୍ରଦାନ କରୁଛି, ତେବେ ଏହି ଅଫର କ’ଣ ଏବଂ ଆପଣ ଏହି ଅଫରର ଲାଭ କିପରି ଉଠାଇପାରେବେ ଆସନ୍ତୁ ଜାଣିବା..
Jio New Year Offer 2025, ୨୦୨୫ଟଙ୍କା ପ୍ଲାନ ସହିତ ଆସିଛି । ଏହି ପ୍ଲାନ ଦ୍ବାରା ପ୍ରତିଦିନ ୨.୫ଜିବି ହାଇ ସ୍ପିଡ୍ ଡାଟା ଏବଂ ଅନଲିମିଟେଡ ଭଏସ୍ କଲିଂ ସୁବିଧା ମିଳିବ | ୨୦୨୫ଟଙ୍କାର ପ୍ଲାନରେ ୨00 ଦିନର ବୈଧତା ରହିଛି| ଏହା ବ୍ୟତୀତ ଆପଣଙ୍କୁ ଟ୍ରାଭେଲ ଏବଂ ଫୁଡ କୁପନ ରିହାତି ଭାଉଚର ମଧ୍ୟ ଦିଆଯିବ |
୨୦୨୫ ଟଙ୍କା ପ୍ଲାନ ରିଚାର୍ଜ ପରେ, ଆପଣ ରିଲାଏନ୍ସ ଜିଓ ତରଫରୁ EasemyTripର ଭାଉଚର ପାଇବେ, ଯାହାକୁ ଆପଣ ଫ୍ଲାଇଟ୍ ଟିକେଟ୍ ବୁକିଂରେ ବ୍ୟବହାର କରିପାରିବେ | ଏହି ଭାଉଚର ମାଧ୍ୟମରେ ଆପଣ ଫ୍ଲାଇଟ୍ ବୁକିଂରେ ୧୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ |
Ajioରୁ ଡ୍ରେସ୍ କିଣିଲେ ଆପଣ ସର୍ବନିମ୍ନ ୨୯୯୯ଟଙ୍କା ସପିଂ ଉପରେ ୫୦୦ଟଙ୍କା ରିହାତି ପାଇବେ | ଏହା ବ୍ୟତୀତ ସ୍ବିଗିର ୧୫୦ ଟଙ୍କାର ଏକ ଭାଉଚର ଦିଆଯାଉଛି, ସ୍ବିଗିରୁ ଆପଣ ୧୫୦ ଟଙ୍କା ରିହାତି ପାଇପାରିବେ |
ଆପଣ ଜାନୁଆରୀ ୧୧, ୨୦୨୫ ଭିତରେ ଏହି ପ୍ଲାନ ରିଚାର୍ଜ କଲେ ୨୧୫୦ଟଙ୍କାର ଲାଭ ପାଇ ପାଇପାରିବେ ।