Latest Odisha News

BREAKING NEWS

ଘର ଭିତରୁ ଗୋଧି ଉଦ୍ଧାର

ଭୁବନେଶ୍ୱର: ଘର ଭିତରୁ ଗୋଧି ଉଦ୍ଧାର । ପୁରୁଣା ଭୁବନେଶ୍ୱରରେ ଲିଙ୍ଗରାଜ ହାଟ ପଛପଟେ ଏକ ଭଡ଼ା ଘରୁ ଉଦ୍ଧାର ହୋଇଛି ଏହି ଗୋଧି । ସେଠାରେ ରହୁଥିବା ପବିତ୍ର ବେହେରାଙ୍କ ଘରେ ଦୁଇଦିନ ହେଲା ଗୋଧିଟି ଶୌଚାଳୟ ଭିତରେ ପଶିଯାଇଥିଲା । ଗୋଧି ଟିକୁ ଭଗେଇବା ପାଇଁ ଵ୍ଲିଚିଂ ପାଉଡର ପକେଇ ପାଣି ଢାଳିଦେଲେ । ତାପରେ ବି ଗୋଧି ଯିବାର ନା ନାହିଁ ।। ପରେ ସ୍ନେକ୍ ହେଲ୍ପଲାଇନକୁ ଖବର ଦିଆଯାଇଥିବା ବେଳେ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ ଗୋଧିକୁ ।

ଦୀର୍ଘ ସମୟ କଷରତ ପରେ ଵ୍ଲିଚିଂ ପାଉଡର ଓ ଗରମ ପାଣି ଢ଼ାଳି ଲାଟିନ ପ୍ୟାନ୍ ରୁ ଗୋଧୀକୁ ଉଦ୍ଧାର କରାଗଲା । ଗୋଧିଟିକୁ ଭୁବନେଶ୍ୱର ଉପକଣ୍ଠରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆ ଯାଇଛି । ତେବେ ଏକ ଗୋଧି ଦୁଇ ମହଲା ଉପରକୁ ପାଇପ ଭିତର ଦେଇ ପଶି ପାଇଖାନା ପ୍ୟାନ୍ ପଟେ ବାହାରିବା ଏବଂ ଏଥିପାଇଁ ଦୁଇ ଦିନ ଲୋକେ ସେଇ ପାଇଖାନାକୁ ବ୍ୟବହାର ନକରିବା ପୁରୁଣା ଭୁବନେଶ୍ୱର ରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

Leave A Reply

Your email address will not be published.