Latest Odisha News

BREAKING NEWS

ୟାସ ପୀଡ଼ିତଙ୍କ ପାଇଁ ରିଲିଫ ପ୍ରଦାନ କାର୍ଯ୍ୟ ଆରମ୍ଭ

ବାଲେଶ୍ଵର: ବିଭିନ୍ନ ଶେଣୀର ଲୋକଙ୍କ ସହ ସାମୁଦ୍ରିକ ବାତ୍ୟା ୟାସ ପୀଡ଼ିତଙ୍କ ପାଇଁ ରିଲିଫ ପ୍ରଦାନ କାର୍ଯ୍ୟ ଆରମ୍ଭ କରିଛି ବାଲେଶ୍ଵରର ରେବତୀ ପତ୍ରିକା I ଅସହାୟମାନଙ୍କୁ ରିଲିଫ ସାମଗ୍ରୀ ପ୍ରଦାନ କରାଯାଇଥିଲା I ଦୀର୍ଘ ୨୦ ବର୍ଷ ଧରି ପ୍ରତ୍ୟେକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୀଡ଼ିତମାନକୁ ଆବଶ୍ୟକ ମୁତାବକ ସହାୟତା ପ୍ରଦାନ କାର୍ଯ୍ୟ ଜାରି ରହିଥିବା ବେଳେ କରୋନା କାଳରେ ଜୀବିକା ହରାଇଥିବା ପରିବାରଙ୍କୁ ରାସନ୍ ସାମଗ୍ରୀ ପ୍ରଦାନ କରାଯାଉଛି Iଗୋଟିଏ ପରିବାର ପାଇଁ ଆବଶ୍ୟକ ମୁତାବକ ୧୫ଦିନର ରାସନ୍ ସାମଗ୍ରୀ ପ୍ରଦାନ କରାଯାଉଛି I ବାଲେଶ୍ଵରରେ ବନ୍ୟା ବାତ୍ୟା ଲାଗି ରହିଥିବା ବେଳେ ସାଧାରଣ ମାନବିକତା ଦୃଷ୍ଟିକୋଣରୁ ଯାହାକିଛି ସହାୟତା ପ୍ରଦାନ କରାଯାଉଛି । ବାଲେଶ୍ୱର ସହରର ଅସହାୟ ବର୍ଗଙ୍କ ସମେତ ବାତ୍ୟା ପ୍ରପୀଡିତଙ୍କ ଅଞ୍ଚଳରେ ପହଞ୍ଚି ରିଲିଫ ପ୍ରଦାନ କରାଯାଉଛି ।

୪୦ ହଜାର ପରିବାରକୁ ସହାୟତା ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଜୀବିକା ହରାଇଥିବା ବାଲେଶ୍ୱର ରେଳ ଷ୍ଟେସନର କୁଲି ପରିବାରକୁ ସହାୟତା ପ୍ରଦାନ କରାଯାଇଥିଲା I ଏହା ସହିତ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାତ୍ୟା ପିଡିତଙ୍କୁ ମଧ୍ଯ ସହାୟତା ପ୍ରଦାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି I

Comments are closed.