ନୂଆଦିଲ୍ଲୀ: ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷର ତାଙ୍କ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସାକ୍ଷାତ ଏବେ ଭାରତ ପାଇଁ ଆଶ୍ବସ୍ତି ଆଣିବ କି? କାରଣ ପୁଟିନଙ୍କ ସହ ସାକ୍ଷାତ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ ସେ ତୁରନ୍ତ ରୁଷ ଏବଂ ଏହାର ବାଣିଜ୍ୟ ଅଂଶୀଦାରମାନଙ୍କ ଉପରେ ଦ୍ୱିତୀୟ କଟକଣା ବିଷୟରେ ବିଚାର କରୁନାହାଁନ୍ତି । ଏଥିପାଇଁ ତାଙ୍କୁ ଆହୁରି ୨ କିମ୍ବା ୩ ସପ୍ତାହ ଲାଗିପାରେ ।
ଫକ୍ସ ନ୍ୟୁଜ୍ ସହିତ ଏକ ସାକ୍ଷାତକାରରେ, ଟ୍ରମ୍ପ ୟୁକ୍ରେନ ଯୁଦ୍ଧ ଉପରେ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା ପରେ ରୁଷ ପ୍ରତି ତାଙ୍କର ମତକୁ ନରମ କରି କହିଛନ୍ତି ଯେ ଆଲାସ୍କା ଶିଖର ସମ୍ମିଳନୀ, ଭଲ ଚାଲିଥିଲା । ଏହାକୁ ୧୦/୧୦ ମୂଲ୍ୟାଙ୍କନ କରିଛନ୍ତି ଟ୍ରମ୍ପ । ଏହାରି ଭିତରେ ତାଙ୍କୁ ଯେତେବେଳେ ବାଣିଜ୍ୟ ଚୁକ୍ତି ବିଷୟରେ ପ୍ରଶ୍ନ କରାଯାଇଥିଲା, ସେତେବେଳେ ଟ୍ରମ୍ପ କହିଥିଲେ, ମୁଁ ଦୁଇ କିମ୍ବା ତିନି ସପ୍ତାହ କିମ୍ବା କିଛି ସମୟ ମଧ୍ୟରେ ପ୍ରତିବନ୍ଧକ ବିଷୟରେ ଚିନ୍ତା କରିବାକୁ ପଡ଼ିପାରେ, କିନ୍ତୁ ଆମକୁ ତୁରନ୍ତ ଏହା ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ । କିଛି ଦିନ ପୂର୍ବରୁ ରୁଷ ବିରୁଦ୍ଧରେ ଆକ୍ରମଣାତ୍ମକ ସ୍ୱର ଗ୍ରହଣ କରିଥିବା ଆମେରିକା ରାଷ୍ଟ୍ରପତିଙ୍କ ଏଭଳି ବୟାନ ଏବେ ଭାରତ ପାଇଁ ଆଶ୍ବସ୍ତି ଆଣୁଥିବା ଚର୍ଚ୍ଚା ହେଉଛି । ପୁଟିନଙ୍କ ସହ ଆଲୋଚନା ପରେ ଟ୍ରମ୍ଫଭ୍କ ଟିକିଏ ମନପରିବର୍ତ୍ତନ ହୋଇଥାଇପାରେ ବୋଲି ଆଶା କରାଯାଉଛି । ଏଥିସହିତ ଟ୍ରମ୍ପ ଏହା ବି ଉଲ୍ଲେଖ କରିଥିଲେ ଯେ, ଯଦି ମୁଁ ଏବେ ଦ୍ୱିତୀୟ ପ୍ରତିବନ୍ଧକ ଲଗାଏ, ତେବେ ତାହା ସେମାନଙ୍କ ପାଇଁ ବିନାଶକାରୀ ହେବ ।
ତେବେ କହିରଖୁଛୁ, ଭାରତ ଉପରେ ପାରସ୍ପରିକ ୨୫% ଶୁଳ୍କ ଲାଗୁ କରିବା ପରେ, ଟ୍ରମ୍ପ ରୁଷ ତୈଳ କ୍ରୟ ଜାରି ରଖିବା ଉପରେ ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ ୨୫% ଶୁଳ୍କ ଲଗାଇ, ଦ୍ବିତୀୟ ପ୍ରତିବନ୍ଧକ ପାଇଁ ନୂଆଦିଲ୍ଲୀକୁ ଚେତାବନୀ ଦେଇସାରିଛନ୍ତି । ଏହା ଭାରତୀୟ ଆମଦାନୀ ଉପରେ ସାମଗ୍ରିକ ଶୁଳ୍କକୁ ଦ୍ୱିଗୁଣିତ କରି ୫୦% କରିଛି । ସେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକୁ ମଧ୍ୟ ଚେତାବନୀ ଦେଇଥିଲେ ଯେ ଦ୍ୱିତୀୟ ପ୍ରତିବନ୍ଧକ ମଧ୍ୟ ଲାଗିପାରେ । ଆଉ ଚୀନ୍ ଏବଂ ଭାରତ ହେଉଛି ରୁଷୀୟ ତୈଳର ଦୁଇଟି ଶୀର୍ଷ କ୍ରେତା।
ଆଲାସ୍କା ସମ୍ମିଳନୀର କିଛି ଦିନ ପୂର୍ବରୁ, ଟ୍ରମ୍ପ୍ ଦୃଢ଼ ଭାବରେ କହିଥିଲେ ଯେ ଭାରତ ଉପରେ ଲଗାଯାଇଥିବା ଦଣ୍ଡାତ୍ମକ ଶୁଳ୍କ ଟ୍ରମ୍ପଙ୍କ ସହ ବୈଠକ କରିବାକୁ ରୁଷର ନିଷ୍ପତ୍ତିକୁ ପ୍ରଭାବିତ କରିଛି କାରଣ ମସ୍କୋ ତା’ର ଦ୍ୱିତୀୟ ସର୍ବବୃହତ ଗ୍ରାହକ ହରାଉଥିଲା। ତଥାପି, ଭାରତ ସ୍ପଷ୍ଟ କରିଛି ଯେ ଟ୍ରମ୍ପଙ୍କ ଧମକ ପରେ ରୁଷୀୟ ତୈଳ ଆମଦାନୀରେ କୌଣସି ବିରାମ ନାହିଁ।
ଆମେରିକା ରାଷ୍ଟ୍ରପତି ମଧ୍ୟ ରୁଷକୁ ଅତ୍ୟନ୍ତ କଠୋର ପରିଣାମ ପାଇଁ ଚେତାବନୀ ଦେଇଥିଲେ ଯଦି ପୁଟିନ୍ ୟୁକ୍ରେନ୍ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଶାନ୍ତି ଚୁକ୍ତିରେ ରାଜି ନ ହୁଅନ୍ତି, ଯାହା ଏବେ ଏହାର ଚତୁର୍ଥ ବର୍ଷରେ ପହଞ୍ଚିଛି । କିନ୍ତୁ ଆଜିର ଆଲୋଚନାରେ କୌଣସି ଠୋସ୍ ନିଷ୍କର୍ସ ନବାହାରିବା ପରେ ବି ଟ୍ରମ୍ପଙ୍କ କୌଣସି ସ୍ବାଭାବ ସେପରି ଦେଖାଯାଇନଥିଲା । ବରଂ ଖୁବଶୀଘ୍ର ଏହା ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଫକ୍ସ ସହିତ ସାକ୍ଷାତକାରରେ ଟ୍ରମ୍ପ ଜୋର ଦେଇ କହିଥିଲେ ଯେ ୟୁରୋପୀୟ ଜଡିତତା ସହିତ ଏକ ଚୁକ୍ତି କରିବା ଏବେ ୟୁକ୍ରେନୀୟ ରାଷ୍ଟ୍ରପତି ଭ୍ଲୋଲୋଦିମିର ଜେଲେନସ୍କିଙ୍କ ଉପରେ ନିର୍ଭର କରେ । ଟ୍ରମ୍ପ ଜେଲେନସ୍କିଙ୍କୁ ଅନୁରୋଧ ବି କରିଥିଲେ କି ଏକ ଚୁକ୍ତି କରନ୍ତୁ । ତଥାପି, ଆମେରିକା ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ ଯେ ଯୁଦ୍ଧବନ୍ଦୀ ସ୍ଥାନାନ୍ତରର ସମ୍ଭାବ୍ୟ କଏଦୀ ହୋଇପାରେ।
Comments are closed.