Latest Odisha News

BREAKING NEWS

ସ୍ମୃତିରେ ଅକ୍ଷୟ ମହାନ୍ତି…

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଦୁନିଆର କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି ହେଉଛି ଜନ୍ମଜୟନ୍ତୀ । ଯାହାର ସୁମଧୁର କଣ୍ଠସ୍ୱର ଯେକୌଣସି ବ୍ୟକ୍ତିର ମନ ମୋହିନେବ ।

୧୯୩୭ ମସିହାରେ ଅକ୍ଟୋବର ୧୨ରେ କେନ୍ଦ୍ରାପଡାର ବାଙ୍କି ମୁଣ୍ଡେଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।

ଏକାଧାରରେ ସେ ଜଣେ ଓଡ଼ିଆ ଗାୟକ, ସଙ୍ଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଥିଲେ। ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ନେଇ ସେ ସଙ୍ଗୀତ ସଂଯୋଜନା କରିବା ସହ ଜଣେ ସୁଲେଖକ ଭାବେ ଅନେକ ଉପନ୍ୟାସ ରଚନା କରିଯାଇଛନ୍ତି।

ସଙ୍ଗୀତ ଦୁନିଆରେ ଖୋକାଭାଇ ରୂପେ ପରିଚିତ ଥିବା ଅକ୍ଷୟ ମହାନ୍ତିଙ୍କର ପିତା ବିଚିତ୍ରାନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣା ମଞ୍ଜରୀ ମହାନ୍ତି ଥିଲେ।

ତାଙ୍କର କାଳଜୟୀ ଗୀତ ଗୁଡିକ ମଧ୍ୟରେ- ଏ ଆଲୋ ଆଲୋ ମଣି, କାଳି ଗୋରୀ ଦୁହେଁ ଗାଧେଇ, ସାବି ସାବି ତୁ ତ ମୋର ନାଲି ପାନ ବିବି, ପୂଣ୍ୟର ନଦୀ ତୀରେ ପାପର ତରୁ ଡ଼ାଳେ, ଉଡ଼ି ଉଡ଼ି ଉଡ଼ି ଯାରେ ଗୁଡ଼ି, ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ, ଯା ଯାରେ ଭାସି ଭାସି ଯାଆ ନଉକା ମୋର ଭାସି ଯାଆ, ଏଇ ଚୁମକି, ଟିକ୍ ଟିକ୍ ଟିକ୍ ଘଣ୍ଟା ଚାଲେ, ରଜା ଝିଅ ସାଙ୍ଗେ, କଳଙ୍କିତ ଏଇ ନାୟକ, ଅବୁଝା ପ୍ରିୟତମା, ସକାଳର ଗାଡ଼ି ଏବଂ ନଣ୍ଡା ମୁଣ୍ଡିଆ ଡ଼ାଇଭର, ଉଡ଼ିଗଲା ଗେଣ୍ଡାଳିଆ ଝାଡ଼ିଦେଲା ପାରା, ଆଲୋ ରତନୀ ଗଜ ଗମନୀ, ହେ ଫଗୁଣ ତୁମେ ଗଲା ପରେ ପରେ, ବେବି ଏକ୍କା ଗେଲହା ଝିଅ, ନଦୀର ନାମ ଅଳସ କନ୍ୟା, ହସ ତୋ ଲକ୍ଷେ ଟଙ୍କା ଆଦି ରହିଛି।

କୁହାଯାଏ ମାତ୍ର ୨୨ ବର୍ଷ ବୟସରେ କଟକ ଆକାଶବାଣୀ ଠାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ, ହେଲେ ପରେ ଚାକିରି ଛାଡ଼ି ସମ୍ପୂର୍ଣ୍ଣ ସମୟ ସଙ୍ଗୀତରେ ବିଛାଇଥିଲେ।

ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଜୟଦେବ ପୁରସ୍କାର, ପ୍ରଚ୍ଛଦ ସଙ୍ଗୀତ ପାଇଁ ରାଜ୍ୟ ପୁରସ୍କାର, ରାଜ୍ୟ ସଙ୍ଗୀତକାର ପୁରସ୍କାର ଭଳି ଅନେକ ସମ୍ମାନରେ ସମ୍ମାନିତ କରାଯାଇଥିଲା।

 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Leave A Reply

Your email address will not be published.