Latest Odisha News

BREAKING NEWS

ଲୋକପ୍ରିୟ କନ୍ନଡ଼ ସଙ୍ଗୀତ ନିର୍ଦ୍ଦେଶକ ରାଜନଙ୍କ ପରଲୋକ

ବାଙ୍ଗାଲୁରୁ: କନ୍ନଡ଼ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ସଂଗୀତକାର ରାଜନଙ୍କର ବାଙ୍ଗାଲୁରୁରେ ପରଲୋକ ହୋଇଛି। ସେ ଜଣେ ଦିଗ୍‌ଗଜ ସଙ୍ଗୀତକାର ଥିଲେ ଏବଂ ତାଙ୍କ ବଡ଼ ଭାଇ ନାଗେନ୍ଦ୍ରଙ୍କ ସହିତ ଅନେକ ଚଳଚ୍ଚିତ୍ରରେ ସଙ୍ଗୀତ ପ୍ରଦାନ କରିଥିଲେ।

ସେହି ସମୟରେ ରାଜନ-ନାଗେନ୍ଦ୍ରଙ୍କ ଯୋଡି ବେଶ୍ ଲୋକପ୍ରିୟ ଥିଲା। ୨୦୦୦ ମସିହାରେ ନାଗେନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା। ୮୭ ବର୍ଷ ବୟସରେ ରାଜନଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପୁଅ ଆର ଅନନ୍ତ କୁମାର ସୂଚନା ଦେଇଛନ୍ତି।

ଆର ଅନନ୍ତ କୁମାର କହିଛନ୍ତି ଯେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ରାଜନ୍‌ଙ୍କ ପିତା ହାରମୋନିୟମ୍ ଏବଂ ବଂଶୀ ବାଦକ ଥିଲେ, ଯିଏ ଅନେକ ନୀରବ ଚଳଚ୍ଚିତ୍ରରେ ପୃଷ୍ଠଭୂମି ସଙ୍ଗୀତ ଦେଇଥିଲେ।  ସେ ୧୯୫୦ ଏବଂ ୧୯୯୦ ଦଶକରେ ଦକ୍ଷିଣ ଭାରତୀୟ, ବିଶେଷକରି କନ୍ନଡ ଏବଂ ତେଲୁଗୁ ଚଳଚ୍ଚିତ୍ର ଶିଳ୍ପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ।

Leave A Reply

Your email address will not be published.