Latest Odisha News

BREAKING NEWS

ସରୋଜ ଖାନଙ୍କ ଉପରେ ବାୟୋପିକ କରିବେ ରେମୋ

ଅଫେରା ରାଇଜର ବାଟୋଇ ହୋଇ ଚାଲିଗଲେ ବଲିଉଡ କୋରିଓଗ୍ରାଫର ସରୋଜ ଖାନ । ତାଙ୍କୁ ଝୁରୁଛି ବଲିଉଡ । ସମସ୍ତେ ଶୋକରେ ଥିବା ବେଳେ କୋରିଓଗ୍ରାଫର ତଥା ଫିଲ୍ମ ନିର୍ଦ୍ଦେଶକ ରେମୋ ଡିସୁଜା ସରୋଜ ଖାନଙ୍କ ବାୟୋପିକ୍ ନିର୍ମାଣ କରିବାକୁ ଚାହୁଛନ୍ତି । ଏହା ତାଙ୍କର ଡ୍ରିମ୍ ପ୍ରୋଜେକ୍ଟ ବୋଲି ରେମୋ କହିଛନ୍ତି ।

ଏକ ସାକ୍ଷାତକାରରେ ରେମୋ କହିଛନ୍ତି କଳଙ୍କ ଫିଲ୍ମର ତବା ହୋ ଗୟେ ଗୀତର ସୁଟିଂ ଚାଲିଥିଲା । ସେତେବେଳେ ସରୋଜ ଖାନଙ୍କ ସଂଘର୍ଷପୂର୍ଣ୍ଣ ଜୀବନକୁ ନେଇ ଏକ ପ୍ରେରଣାଦାୟୀ ଫିଲ୍ମ ହୋଇ ପାରିବ ବୋଲି ତାଙ୍କୁ କହିଥିଲି । ବଲିଉଡ ଯାଏ ଯାତ୍ରା ଉପରେ ମହିଳା କେନ୍ଦ୍ରୀତ ଫିଲ୍ମ ନିର୍ମାଣ ହୋଇ ପାରିବ ।

ରମୋଙ୍କ କଥାରେ ହଁ ଭରିଥିଲେ ସରୋଜ ଖାନ୍ । ପଚାରିଥିଲେ କେବେ କରିବୁ । ଶୀଘ୍ର ଶୀଘ୍ର କରିଦେ ବୋଲି ରେମୋଙ୍କୁ କହିଥିଲେ ସରୋଜ । କିନ୍ତୁ ବିଡମ୍ବନା ଫିଲ୍ମ ପୂର୍ବରୁ ଜହ୍ନ ରାଇଜର ତାରା ହୋଇଗଲେ ସରୋଜ । ରମୋ କହିଛନ୍ତି, ସରୋଜ ଖାନଙ୍କ ଉପରେ ବାୟୋପିକ ତାଙ୍କର ଡ୍ରିମ୍ ପ୍ରୋଜେକ୍ଟ ।

Comments are closed.