Latest Odisha News

ଘରୁ ଅସରପା ଏମିତି ଦୂର କରନ୍ତୁ..

ଭୁବନେଶ୍ବର:ଅସରାପ ଆସିଥାଏ ଘର ଅପରିଷ୍କାର ରହିଲେ । ଅସରପା ପୋଷାକପତ୍ର ଭିତରେ ପଶି ସେଥିରେ ଛୋଟ ଛୋଟ କଣା କରିଦିଅନ୍ତି । ଖୋଲାରେ ଥୁଆ ହୋଇଥିବା ଖାଦ୍ୟପଦାର୍ଥରେ ପଶିଯାଆନ୍ତି ଯାହା ଖାଇଲେ ଦେହ ଅସୁସ୍ଥ ହୁଏ । କିଛି ଘରୋଇ ଉପାୟରେ ଏମାନଙ୍କୁ ଘରୁ ବାହାର କରି ପାରିବେ ।

– ଅଧିକ ଅସରପା ଥିଲେ ବଜାରରେ ମିଳୁଥିବା ସ୍ପ୍ରେୟର ବ୍ୟବହାର କରିପାରିବେ।

-ଘରର ଯଦି କୌଣସି ସ୍ଥାନରେ ଫାଙ୍କା ଅଛି ତେବେ ସେହି ବାଟ ଦେଇ ଅସରପା ଆସିଥାନ୍ତି । ତାହାକୁ ଭଲ ଭାବେ ସିଲ୍‌ କରିଦିଅନ୍ତୁ ।

– ଘରର ସବୁ କୋଣରେ ନିମ୍ବ ତେଲ କିମ୍ବା ପୁଦିନା ତେଲ ଛିଞ୍ଚନ୍ତୁ, ତା’ର କଡ଼ା ବାସ୍ନାରେ ଘରେ ଅସରପା ପଳାନ୍ତି ।

– ଅସରପା ସନ୍ତସନ୍ତିଆ ସ୍ଥାନରେ ରହିବାକୁ ପସନ୍ଦ । ତେଣୁ ଘରେ ଯଦି କୌଣସି ପାଇପ୍‌ରୁ ପାଣି ଝରୁଥିଲେ ତାହାକୁ ଠିକ୍‌ କରି ଦିଅନ୍ତୁ ।

Leave A Reply

Your email address will not be published.