ଭୁବନେଶ୍ବର: ମହିଳାଙ୍କୁ ମେକଅପ୍ କରିବାକୁ ପସନ୍ଦ । କିନ୍ତୁ ସେହିଭଳି ମେକଅପ୍ କିଟରୁ ପୁରୁଣା ଜିନିଷ ମଧ୍ୟ ଫୋପାଡି ଦିଆଯିବା ଉଚିତ୍ । ପୁରୁଣା କିମ୍ବା ଏକ୍ସପାରି ଜିନିଷ ଚର୍ମକୁ କ୍ଷତି ପହଞ୍ଚାଇପାରେ । ଯଦି ଆପଣ ବି ମେକଅପ୍ କିଟ୍ ରେ ପୁରୁଣା ସାମଗ୍ରୀ ବ୍ୟବହାର କରୁଛନ୍ତି, ତେବେ ଏହାକୁ ହଟେଇ ଦିଅନ୍ତୁ । ଆସନ୍ତୁ ଜାଣିବା ସେହି ମେକଅପ୍ ପ୍ରଡକ୍ଟ ବିଷୟରେ , ଯାହା ପୁରୁଣା ହେବାପରେ ତୁରନ୍ତ ନିଜର ମେକଅପ୍ କିଟରୁ ଫୋପାଡି ଦିଆଯିବା ଉଚିତ ।
-ଆଖିକୁ ସୁନ୍ଦର ଏବଂ ଆକର୍ଷଣୀୟ କରିବା ପାଇଁ ମସ୍କାରା ଲଗାଯାଏ । ସାଧାରଣତଃ ଏହାକୁ ୩-୬ ମାସ ମଧ୍ୟରେ ବଦଳାଇବା ଉଚିତ୍ | ପୁରୁଣା କିମ୍ବା ଶୁଖିଲା ମସ୍କାରା ଆଖିରେ ଲଗାଇଲେ ଆଖି ଜଳିବା, ଲାଲ୍ ହୋଇଯିବା କିମ୍ବା ଆଖି ସଂକ୍ରମଣ ଭଳି ସମସ୍ୟା ସୃଷ୍ଟି କରିପାରେ ।
-ଫାଉଣ୍ଡେସନ୍ ଯେତେବେଳେ ପୁରୁଣା ହୋଇଯାଏ ଏହାର ରଙ୍ଗ ବଦଳି ଯାଇପାରେ । ଯଦି ଏହାର ରଙ୍ଗ ବଦଳିଛି, ତୁରନ୍ତ ମେକଅପ୍ କିଟରୁ ଫାଉଣ୍ଡେସନ ବାହାର କରି ଦିଅନ୍ତୁ । ଏକ୍ସପାରି ଫାଉଣ୍ଡେସନରେ ବ୍ୟାକ୍ଟେରିଆ ବଢିପାରେ ଯାହା ଚର୍ମ ସମସ୍ୟା ସୃଷ୍ଟି କରିଥାଏ ।
-ପ୍ରାୟତଃ କିଛି ମହିଳା ଲିପଷ୍ଟିକ୍ ର ଏକ ନିର୍ଦ୍ଦିଷ୍ଟ ସେଡ୍ କୁ ଦୀର୍ଘ ଦିନ ବ୍ୟବହାର କରନ୍ତି । କିନ୍ତୁ ଏହାର ମଧ୍ୟ ଏକ ସେଲ୍ପ ଲାଇଫ୍ ଅଛି । ଯଦି ଲିପଷ୍ଟିକ୍ ଦୀର୍ଘ ଦିନ ଧରି ବ୍ୟବହୃତ ହୁଏ, ତେବେ ଏଥିରେ ବ୍ୟାକ୍ଟେରିଆ ଏବଂ ଫଙ୍ଗସ୍ ରହିପାରେ । ଏହି କାରଣରୁ ଓଠରେ ଆଲର୍ଜି ହେବାର ସମ୍ଭାବନା ଅଛି ।
-ମେକଅପ୍ ବ୍ରଶ ଏବଂ ସ୍ପଞ୍ଜକୁ ନିୟମିତ ସଫା କରାଯିବା ଉଚିତ୍ । ଏହି ବ୍ରଶ ଏବଂ ସ୍ପଞ୍ଜଗୁଡିକ ଆମର ଫେସ୍ ସ୍କିନ୍ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥାଏ, ଯାହା ଦ୍ବାରା ଜୀବାଣୁ ଜମା ହୋଇପାରେ । ଯଦି ଏହି ବ୍ରଶ ଏବଂ ସ୍ପଞ୍ଜଗୁଡିକ ମଇଳା କିମ୍ବା ପୁରୁଣା ହୋଇଯାଏ, ତେବେ ଚର୍ମରେ ପ୍ରତିକ୍ରିୟା ସୃଷ୍ଟି କରିପାରନ୍ତି । ଏପରି ସ୍ଥିତିରେ, ସେମାନଙ୍କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ବ୍ୟବହାର କରିବା ମଧ୍ୟ ଏଡାଇବା ଉଚିତ୍ ।
Comments are closed.