କଥାରେ ଅଛି, ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି । ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାରେ । ଜଣେ ବ୍ୟକ୍ତି ନିଜ ଘରର ମରାମତି କାମ କରୁଥିବା ବେଳେ ଘର କାନ୍ଥରେ ପୁଳା ପୁଳା ଟଙ୍କା ବାହାରିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।
ଆମେରିକା ବାସିନ୍ଦା ଆମଣ୍ଡ ରିସ୍ ନାମକ ଜଣେ ମହିଳା ତାଙ୍କ ଘରର ମରାମତି କାମ କରୁଥିଲେ । ଏଥିଲାଗି ସେ ଜଣେ ଶ୍ରମିକଙ୍କୁ କାମରେ ଲଗାଇଥିଲେ । ଶ୍ରମିକ ଜଣକ ଯେତେବେଳେ ପୁରୁଣା କାନ୍ଥକୁ ଭାଙ୍ଗିଛନ୍ତି ହଠାତ୍ ସେଥିରେ ଟଙ୍କା ବଣ୍ଡଲ ଥିବା ଦେଖିବାକୁ ପାଇଥିଲେ । ଶ୍ରମିକ ଜଣକ ସଙ୍ଗେ ସଙ୍ଗେ ମାଲିକଙ୍କୁ ଜଣାଇଲେ । ମାଲିକ ବି ଏତେ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ପରେ ଶ୍ରମିକ ଲଗାଇ ସବୁ ଟଙ୍କା ବାହାର କଲେ । ଶ୍ରମିକ ଜଣକ ସେହି ଟଙ୍କା ବାହାର କରିବା ପୂର୍ବରୁ ଉଦ୍ଧାର ଟଙ୍କାର ୧୦ ପ୍ରତିଶତ ଦେବେ ବୋଲି ପ୍ରତିଶ୍ରୁତି ଦେଲେ । କିନ୍ତୁ ଶ୍ରମିକ ଜଣକ ୪୦ ପ୍ରତିଶତ ନେବାକୁ ଜିଦ୍ ଧରିଥିଲେ । କାନ୍ଥରୁ ମୋଟ ୧.୫୦ କୋଟି ଟଙ୍କା ମିଳିବା ପରେ ଆମଣ୍ଡ ସବୁ ନେଇ ଗଲେ । ଶ୍ରମିକ ଜଣକ ଯେତେ ମାଗିଲେ ବି ସେ ଟଙ୍କାଟିଏ ବି ଦେଲେ ନାହିଁ । ପରେ ଉକ୍ତ ଟଙ୍କା ନେଇ ଆମଣ୍ଡ ଓ ତାଙ୍କ ଝିଅ ବୁଲିବାକୁ ପଳାଇଲେ । ବିଚରା ଶ୍ରମିକ ଜଣକ ତାଙ୍କୁ ଅପେକ୍ଷା କରି କରି ଦୁଃଖ କଲେ । ଆମଣ୍ଡ ବୁଲି କି ଫେରିବା ପରେ ଶ୍ରମିକ ଜଣକ ତାଙ୍କୁ ପୁଣି ଟଙ୍କା ମାଗିଥିଲେ । ହେଲେ ଏଥର ଟଙ୍କାଟିଏ ବି ଦେବାକୁ ରୋକ୍ଠୋକ୍ ମନା କରିଦେଇଥିଲେ ଆମଣ୍ଡ । ଓଲଟି ସେ ଯୁକ୍ତି ରଖିଥିଲେ ଯେ, ବୁଲାବୁଲିରେ ତାଙ୍କର ୧୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୫୦ ହଜାର ଟଙ୍କା ଚୋରି ହୋଇଯାଇଛି । ଆଉ ତାଙ୍କ ପାଖରେ ଟଙ୍କାଟିଏ ବି ନାହିଁ ବୋଲି ସଫେଇ ଦେଇଥିଲେ । ଶେଷରେ ଆମଣ୍ଡ ଶ୍ରମିକଙ୍କ ନାମରେ ଚୋରି ଅଭିଯୋଗ ଆଣିଲେ । ଏବେ ଏହି ଘଟଣାଟି କୋର୍ଟରେ ବିଚାରାଧୀନ ରହିଛି ।
BREAKING NEWS
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
- Suspended: ଥାନା ଅଧିକାରୀ ନିଲମ୍ବିତ, ନିକଟରେ ଇନ୍ସପେକ୍ଟରରୁ ଡିଏସପିକୁ ହୋଇଥିଲା ପଦୋନ୍ନତି
- ଶିଶୁକନ୍ୟାକୁ ମାରି ମାଆ ଫେରାର !
Comments are closed.