Latest Odisha News

BREAKING NEWS

ହଜିଥିବା ରେଡିଓ ଆକ୍ଟିଭ କ୍ୟାପସୁଲ ମିଳିଲା

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଦୀର୍ଘ ୨୦ ଦିନ ଧରି ହଜିଥିବା ରେଡିଓ ଆକ୍ଟିଭ କ୍ୟାପସୁଲ ଶେଷରେ ମିଳିଯାଇଛି । ୧୨ ଜାନୁୟାରୀରେ ଏହି କ୍ୟାପସୁଲଗୁଡିକ ଏକ ମାଇନିଂ ସାଇଟକୁ ନେବା ବେଳେ ଗୋଟିଏ ହଜି ଯାଇଥିଲା । ଯାହାକି ସରକାରଙ୍କ ମୁଣ୍ଡବ୍ୟାଥାର କାରଣ ସାଜିଥିଲେ । ଶେଷରେ ଏହାକୁ ଖୋଜିବା ଦେଶର ସବୁଠାରୁ ବଡ ରେଡିଏଶନ ପ୍ରୋଟେକ୍ସନ ଓ ନ୍ୟୁକ୍ଲିୟର ସେଫଟି ଏଜେନ୍ସିକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ୧୪୦୦ କିଲୋମିଟର ତନ୍ନ ତନ୍ନ କରି ଖୋଜାଯିବ ପରେ ଏହା ମିଳିଥିଲା । ଏହି କ୍ୟାପସୁଲ ପ୍ରତି ଘଂଟାରେ ୧୦ ଏକ୍ସ ରେ ସମକକ୍ଷ ରେଡିଏଶନ ଛାଡୁଥିଲା ।

ଯଦି ଏହା ମିଳି ନ ଥାନ୍ତା ଦୀର୍ଘଦିନ ଧରି ଲୋକଙ୍କ ପାଇଁ ଏକ ସମସ୍ୟା ଭାବେ ଉଭା ହୋଇଥାନ୍ତା । ଏଥିରେ ଥିବା ସେସିୟମ ଶରୀରର ହାଡକୁ ମଧ୍ୟରେ ପ୍ରବେଶ କରି ଗମ୍ଭୀର ସମସ୍ୟା ସୃଷ୍ଟି କରିଥାନ୍ତା । ଏବେ ଏହା ମିଳି ଯାଇଥିବାରୁ ସ୍ଥାନୀୟ ଲୋକ ଆଶ୍ୱସ୍ତି ହୋଇ ପଡିଛନ୍ତି ।

Leave A Reply

Your email address will not be published.