Latest Odisha News

BREAKING NEWS

୧୭ରୁ ରତ୍ନଭଣ୍ଡାର ମରାମତି, ୩ ମାସ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ ଧାର୍ଯ୍ୟ ହେଲା ତାରିଖ । ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ । ଆଜି ବସିଥିବା ଛତିଶା ନିଯୋଗ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

ଶ୍ରୀ ପାଢୀ କହିଛନ୍ତି ଯେ, ଦ୍ବିତୀୟ ଭୋଗ ମଣ୍ଡପ ଅର୍ଥାତ ମଧ୍ୟାହ୍ନ ୧ଟା ପରଠାରୁ ସଂଧ୍ୟା ୫ଟା ବା ୬ଟା ଯାଏଁ ମରାମତି କାମ ଚାଲିବ । ଶନିବାର, ରବିବାର ଓ ବିଶେଷ ଦିନରେ ମରାମତି କାମ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି । ଡିସେମ୍ବର ୩୧, ଜାନୁଆରୀ ୧ ପରି ଦିନରେ ମରାମତି ନ କରିବାକୁ କହିଛୁ ।

ସେହିପରି ମରାମତି କାମ ସରିବା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିବେ । ରାତି ୧୧ଟା ୩୦ରେ ପହୁଡ଼ ପଡ଼ିବ ଏବଂ ‌ରାତି ୨ଟା ପରେ ଦ୍ବାରଫିଟା ନୀତି କରାଯିବ । ଏଥି ସହିତ ଆଗାମୀ ୩ ମାସ ସୁଦ୍ଧା ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ କରାଯିବା ପାଇଁ ଏଏସ୍‌ଆଇ ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ମରାମତି କାମ କରାଯିବ । ମରାମତି କାମ ଶେଷ ହେଲା ପରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରିତ ହୋଇ ଗଣତିମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ।

Leave A Reply

Your email address will not be published.