Latest Odisha News

BREAKING NEWS

ବିଶିଷ୍ଟ ଆଇନଜୀବୀ ଶରତ ଜେନାଙ୍କ ପରଲୋକ

ଭୁବନେଶ୍ୱର: ଆଜି ଯାଜପୁର ଜିଲ୍ଲାର ବରିଷ୍ଠ ଦେୱାନୀ ମକଦ୍ଦମାର ବିଶିଷ୍ଟ ଆଇନଜୀବୀ ଶରତ ଜେନାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ସେ ଯାଜପୁର ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ଓ ପୂର୍ବତନ ସରକାରୀ ଓକିଲ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଶରତ ଜେନାଙ୍କ ବାପା ସ୍ୱର୍ଗତ ଗୁରୁଚରଣ ଜେନା ଅଡ଼ିଆ ଅସ୍ମିତାର ପରିଚୟ ମଧୁସୁଦନ ଦାସଙ୍କ ସହଯୋଗୀ ଥିଲେ । ତାଙ୍କ ବଡ଼ ପୁଅ ଶ୍ରାମାନନ୍ଦ ଜେନା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି କରୁଛନ୍ତି । ତାଙ୍କ ମୃତ୍ୟୁରେ ଦେୱାନୀ ମକଦ୍ଦମାରେ ଏକ ଯୁଗର ଅବସାନ ଘଟିଛି ।

ମୃତ୍ୟୁ ଶଯ୍ୟା ନିକଟରେ ୨ ପୁଅଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ । ଯାଜପୁର ଜିଲ୍ଲାର ଓକିଲ ସଂଘର ଓକିଲମାନେ ତାଙ୍କ ଶେଷ ଦର୍ଶନ କରି ଶୋକସନ୍ତପ ପରିବାରକୁ ସାନ୍ତନା ଦେଇଥିଲେ ।

Leave A Reply

Your email address will not be published.