Latest Odisha News

ଆସନ୍ତାକାଲି ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଧର୍ମେନ୍ଦ୍ର

ଭୁବନେଶ୍ୱର: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡରରେ ମୃତ୍ୟୁବରଣ କରିଥିବା ସ୍ୱର୍ଗତଃ କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ଉଦ୍ଦେଶ୍ୟରେ ଆସନ୍ତା କାଲି କଟକ ଜିଲ୍ଲା ମାହାଙ୍ଗାଠାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସ ଜରିଆରେ ଯୋଗଦେବେ ।

ଏହା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସଂଧ୍ୟାରେ ଭୂବନେଶ୍ୱରସ୍ଥିତ ବିଏସଏନଏଲ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟର ଗ୍ରାମାଂଚଳରେ ୩୯୩୩ଟି ମୋବାଇଲ ଟାୱାର ଏବଂ ୨୦୭ଟି ନୂତନ ପୋଷ୍ଟ ଅଫିସର ଶୁଭ ଉଦଘାଟନ କରିବେ ଏବଂ ତପସ୍ୱିନୀ ଏକ୍ସପ୍ରେସ ଓ ରାଜଧାନୀ ଏକ୍ସପ୍ରେସର ସଂଯୋଗୀକରଣର ଶୁଭାରମ୍ଭ ଭିଡିଓ କନଫରେନ୍ସ ଜରିଆରେ କରିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।

Leave A Reply

Your email address will not be published.