Latest Odisha News

BREAKING NEWS

କଳା ଜଗତରେ ଅପୁରଣୀୟ କ୍ଷତି: ଆଖି ବୁଜିଲେ ପ୍ରସିଦ୍ଧ ଚିତ୍ରକାର ସତୀଶ ଗୁଜରାଲ

ନୂଆଦିଲ୍ଲୀ: ଆଖି ବୁଜିଲେ ପ୍ରସିଦ୍ଧ ଚିତ୍ରକାର ପଦ୍ମ ବିଭୂଷଣ ସତୀଶ ଗୁଜରାଲ। ଏକାଧାରରେ କଳାକାର, ଚିତ୍ରକାର, ମୂର୍ତ୍ତିକାର ଏବଂ ବାସ୍ତୁକାର ଏବଂ ଲେଖକ ଭାବେ ପ୍ରସିଦ୍ଧି ଲାଭ କରିଥିବା ସତୀଶ ଗୁଜରାଲଙ୍କର ୯୪ ବର୍ଷ ବୟସରେ ପରଲୋକ ହୋଇଛି ।

କଳା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ୧୯୯୯ ରେ ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିଲା। ତାଙ୍କ ବଡ଼ ଭାଇ ଇନ୍ଦର କୁମାର ଗୁଜ୍ରାଲ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଥିଲେ।

୧୯୨୫ରେ ପାକିସ୍ତାନର୍ ଲାହୋରରେ ଜନ୍ମିତ ଗୁଜରାଲ ଦେଶ ବିଭାଜନ ପରେ ଶିମଲା ଚାଲିଯାଇଥିଲେ। ସେଠାରେ ସେ ଚିତ୍ରକାର ଜୀବନ ଆରମ୍ଭ କରିଥିଲେ।

Comments are closed.