Latest Odisha News

BREAKING NEWS

ପଦ୍ମଶ୍ରୀ ଫାତିମା ଆର ଜାକରିଆଙ୍କ କରୋନାରେ ଦେହାନ୍ତ 

ନୂଆଦିଲ୍ଲୀ: ଜଣାଶୁଣା ସାମ୍ବାଦିକ ଓ ଲେଖକ ଫାତିମା ଆର ଜାକରିଆଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । କିଛି ଦିନ ପୂର୍ବରୁ ଫାତିମା କରୋନାରେ ପୀଡିତ ଥିଲେ । ସେ ମହାରାଷ୍ଟ୍ରର ଔରଙ୍ଗାବାଦର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

ସନ୍ଡେ ଟାଇମ୍ସ ଓ ବମ୍ବେ ଟାଇମ୍ସର ସମ୍ପାଦକ ଭାବେ କାମ କରିଥିଲେ ଫାତିମା । ସାମ୍ବାଦିକତା କ୍ଷେତ୍ରରେ ଏକତା ପାଇଁ ଫାତିମାଙ୍କୁ ୧୯୮୩ରେ ସରୋଜିନି ନାଇଡୁ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହାସହ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ୨୦୦୬ରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.