Latest Odisha News

BREAKING NEWS

କାରରେ ଏକୁଟିଆ ଯାତ୍ରା କରୁଥିଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏଣିକି କାରରେ ଏକୁଟିଆ ଯାତ୍ରା କରୁଥିଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ କାରକୁ ସର୍ବସାଧାରଣ ସ୍ଥାନ କହିବା ସହିତ ମାସ୍କକୁ ସୁରକ୍ଷା କବଚ ବୋଲି କହିଛନ୍ତି । ଏହାକୁ ଚ୍ୟାଲେଞ୍ଜ କରି ଜଣେ ବ୍ୟକ୍ତି ହାଇକୋର୍ଟରେ ପିଟିସନ ଦାୟର କରିଥିଲେ । ଜଷ୍ଟିସ ପ୍ରତିଭା ଏମ. ସିଂହଙ୍କ ଜଣିକିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି ।

ବିଚାରପତି ପ୍ରତିଭା ଏମ୍ ସିଂହ କହିଛନ୍ତି, କାରରେ ଏକୁଟିଆ ବସିଥିଲେ ମଧ୍ୟ ମାସ୍କ ନିଜର ସୁରକ୍ଷା ପାଇଁ ପିନ୍ଧିବା ନିତାନ୍ତ ଆବଶ୍ୟକ । ଦେଶରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲଛି । ଏଭଳି ସ୍ଥିତିରେ ଟିକା ନେଇଥିଲେ ବି ମାସ୍କ ପିନ୍ଧିବା ନିହାତି ଦରକାର ।

ସେ ଆହୁରି ମଧ୍ୟ କହିଛନ୍ତି, ଟ୍ରାଫିକ୍‌ ପାଖରେ କାର୍‌ ଅଟକିଲେ, ଡ୍ରାଇଭର୍‌ମାନେ ସବୁବେଳେ ଗାଡିର ଝରକା କାଚ ତଳକୁ ଖସାଇ ଦିଅନ୍ତି । କରୋନା ଭାଇରସ୍‌ ଏତେ ସଂକ୍ରାମକ ଯେ, ଏହି ସମୟରେ ମଧ୍ୟ ଜଣେ ଭାଇରସ ଦ୍ବାରା ସଂକ୍ରମିତ ହୋଇପାରେ । ମାସ୍କ୍‌ ନ ପିନ୍ଧି କାର୍‌ ଚଳାଉଥିବା ବେଳେ ୫୦୦ ଟଙ୍କା ଜରିମାନା ଦେଇଥିବା ଓକିଲ ସୌରଭ ଶର୍ମାଙ୍କ ପିଟିସନ୍‌କୁ ଆଧାର କରି ଦିଲ୍ଲୀ ହାଇକୋର୍ଟ ଏହି ରାୟ ଦେଇଛନ୍ତି ।

Leave A Reply

Your email address will not be published.