Latest Odisha News

ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ପରଲୋକ

କଟକ: ଜଣାଶୁଣା ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ଆଜି ପରଲୋକ ହୋଇଛି । ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ତାଙ୍କ ପୁଅ ରାଜ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।  ଆଜି ହଠାତ୍ ସେ ଘରେ ଖାଉଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ ସୁଦ୍ଧା ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବଯସ ହୋଇଥିଲା ।

ଶ୍ରୀ ପାଣିଗ୍ରାହୀଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ସିଡିଏ ସ୍ଥିତ ବାସଭବନରେ ରଖାଯାଇଛି । ସତୀଚଉରାରେ ତାଙ୍କର ଶେଷ କୃତ୍ୟ କରାଯିବ ।

ପିଲାଟି ବେଳରୁ ଶ୍ରୀ ପାଣିଗ୍ରାହୀ ବାପା ମାଆ ଛେଉଣ୍ଡ ଥିଲେ । ତେଣୁ ପିଉସୀ ତାଙ୍କର ଦେଖାଶୁଣା କରିଥିଲେ । ସ୍କୁଲ ପାଠପଢା ସରିବା ପରେ ସେ ଖଲ୍ଲିକୋଟସ୍ଥିତ ଆର୍ଟ କଲେଜରେ ପାଠପଢିଥିଲେ ।

ଚିତ୍ରକଳା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ରାଷ୍ଟ୍ରପତି ପୁରସ୍କାର , ସାରଳା ପୁରସ୍କାର, ଚକାଡୋଳା ପୁରସ୍କାର ପରି ଅନେକ ପୁରସ୍କାର ପାଇଛନ୍ତି । ତାଙ୍କ ମୃତ୍ୟୁରେ କଳା ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି ।

Leave A Reply

Your email address will not be published.