Latest Odisha News

BREAKING NEWS

କରୋନାକୁ ପରାସ୍ତ କଲେ ୯୨ ବର୍ଷୀୟା ବୟୋଜ୍ୟେଷ୍ଠା ମହିଳା

ଭୁବନେଶ୍ୱର: କରୋନାକୁ ପରାସ୍ତ କରିଛନ୍ତି ଜଣେ ୯୨ ବର୍ଷୀୟା ବୟୋଜ୍ୟେଷ୍ଠା ମହିଳା।

କରୋନା ଆକ୍ରାନ୍ତ ହୋଇ ସମ୍ କୋଭିଡ ହସ୍ପିଟାଲ୍‌ରେ  ଉତମ ଚିକିତ୍ସା ପାଇ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି ଭୁବନେଶ୍ୱର ବରମୁଣ୍ଡା ଅଂଚଳର ୯୨ ବର୍ଷୀୟା ସରୋଜିନୀ ପଟ୍ଟନାୟକ।

କିଛି ଦିନ ଧରି ଥଣ୍ଡା, ଜ୍ୱର ଓ କାଶ ଲାଗି ରହିବା ପରେ ସରୋଜିନୀଙ୍କର କୋଭିଡ ପରୀକ୍ଷା କରାଇଥିଲେ ତାଙ୍କ ପରିବାର । କୋଭିଡ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ସମ୍ କୋଭିଡ୍‌ରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା ।

ପରେ ମଧୁମେହ ରୋଗରେ ପିଡ଼ିତ ଥିବା ସରୋଜିନୀଙ୍କର ଚିକିତ୍ସା ଆରମ୍ଭ କରିଥିଲେ ସମ୍ କୋଭିଡ ଟିମ୍ । କରୋନା ଆକ୍ରାନ୍ତଙ୍କ ପାଇଁ ମଧୁମେହ ରୋଗ ଏକ ଚିନ୍ତାର ବିଷୟ ହୋଇଥିବା ବେଳେ ତାଙ୍କୁ ସୁସ୍ଥ କରିବା ପାଇଁ କୋଭିଡ ଟିମ୍ ଆପ୍ରାଣ ଉଦ୍ୟମ କରିଥିଲେ ।

ସେ ସୋମବାର ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସରୋଜିନୀ ଓ ତାଙ୍କ ପରିବାର ସମ୍ କୋଭିଡ୍ ହସ୍ପିଟାଲକୁ କୃତଜ୍ଞତା ଜଣାଇଛନ୍ତି । ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଉତମ ଚିକିତ୍ସା ଯୋଗୁଁ ତାଙ୍କ ଜେଜେ ମା’ କରୋନାକୁ ପରାସ୍ତ କରିପାରିଲେ ବୋଲି କହିଛନ୍ତି ସରୋଜିନୀଙ୍କ ନାତି ସିଦ୍ଧାର୍ଥ ପଟ୍ଟନାୟକ ।

 

Leave A Reply

Your email address will not be published.