Latest Odisha News

BREAKING NEWS

ସାବଧାନ ! ଓଡ଼ିଶାରେ କରୋନାର ପୁନଃ ସଂକ୍ରମଣ

ଭୁବନେଶ୍ୱର: ଓଡ଼ିଶାରେ କରୋନାର ରି-ଇନଫେକ୍ସ (ପୁନଃ ସଂକ୍ରମଣ) ମାମଲା ସାମନାକୁ ଆସିଛି । ଆଇଏଲଏସରେ କୋଭିଡ୍ ଟେଷ୍ଟ ହୋଇଥିବା କିଛି ଲୋକଙ୍କ ମଧ୍ୟରୁ ୩-୪ ଜଣଙ୍କର ପୁନଃ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଏଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନସେସ୍ ବା ଆଇଏଲଏସ୍ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା । କିନ୍ତୁ ରି-ଇନଫେକ୍ସନ ସଂଖ୍ୟା ବହୁତ କମ୍ ।

ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି, ଓଡ଼ିଶାରେ ପଜିଟିଭ ପରେ ରି-ଇନପେକ୍ସନ ନେଇ ଅନୁଧ୍ୟାନ କରାଯିବ । ଲୋକଙ୍କୁ ସତର୍କ କରାଇଛନ୍ତି, ଆଗକୁ ଶୀତ ଦିନ ଆସୁଥିବାରୁ କରୋନା କାୟା ବଢିବା ସମ୍ଭାବନା ରହିଛି । କାରଣ ସଂକ୍ରମଣ ବ୍ୟାପିବାରେ ଶୀତ ସହାୟକ ହେଉଛି । ରାଜ୍ୟରେ ବି ରହୁଛି ସେକେଣ୍ଡ ୱେଭ ସମ୍ଭାବନା ।

ନୂଆ ଭାଇରସ ହୋଇଥିବାରୁ ଲୋକଙ୍କୁ ଅଧିକ ସଚେତନ ଓ ସତର୍କ ହେବାର ଆବଶ୍ୟକତା ରହିଛି । ସେ କହିଛନ୍ତି, ବର୍ତମାନ ସଂକ୍ରମଣ ହ୍ରାସ ପାଇଛି । ଦୈନିକ ୧୫୦୦ ପାଖାପାଖି ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ପୂଜାରେ ବଢିବ ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ଲୋକଙ୍କ ସହଯୋଗ ଯୋଗୁ କରୋନା କେସ୍ କମିଛି ।

Leave A Reply

Your email address will not be published.