Latest Odisha News

BREAKING NEWS

ଏନଟିପିସି କର୍ମଚାରୀ ମୃତ୍ୟୁ ଘଟଣା: ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସୁନ୍ଦରଗଡ଼ ବିଧାୟିକା

ସୁନ୍ଦରଗଡ/ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ବାଲିଜୋର ଛକ ନିକଟରେ ଗତକାଲି ଘଟିଥିବା ଦୁର୍ଘଟଣାରେ ୨ ଏନଟିପିସି କର୍ମଚାରୀଙ୍କ ପ୍ରାଣହାନୀ ହୋଇଥିଲା । ଏହି ଘଟଣାରେ ଗୋଟିଏ ଦିନପରେ ବାରମ୍ବାର ଘଟୁଥିବା ଦୁର୍ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି ବିଜେପି ବିଧାୟକ କୁମସୁମ ଟେଟେ ।

ଏହି ସଡ଼କରେ ଦୁର୍ଘଟଣାକୁ ରୋକିବା ଲାଗି ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ କରିବାକୁ ସୁନ୍ଦରଗଡ଼ର ବିଧାୟିକା କୁସୁମ ଟେଡେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କୁ ଏକ ଚିଠି ଲେଖିଛନ୍ତି । କନିକା ଗ୍ରାମ ଦେଇ କୋଇଲା ବୋଝେଇ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରିବା ସହ ସୁନ୍ଦରଗଡ଼-ବଲିଙ୍ଗା ରୋଡରେ ଦୁର୍ଘଟଣା ରୋକିବା ଲାଗି ତ୍ୱରିତ ପଦକ୍ଷେପ ଗ୍ରହଣ ଲାଗି ଉକ୍ତ ଚିଠିରେ ବିଧାୟକ ଉଲ୍ଲେଖ କରିଛନ୍ତି ।

ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ, ଏମସିଏଲ୍ ଓ ସ୍ଥାନୀୟ ନାଗରିକ ସମାଜ ଭିତରେ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ ତାହାର କିଛି ସୁଫଳ ମିଳୁନି ।

ଏହି ରାସ୍ତାରେ ଶୂନ ଦୁର୍ଘଟଣା ନୀତି ଲାଗୁ କରିବା ଲାଗି ସେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିବା ନେଇ ସେ ପ୍ରକାଶ କରିଛନ୍ତି । ଜାଣନ୍ତୁ କ’ଣ ରହିଛି ।

ଏପରିକି କୋଇଲା ବୋଝେଇ ଟ୍ରକଗୁଡ଼ିକର ଗତିକୁ ଘଣ୍ଟା ପିଛା ୧୦ କିମି ଭିତରେ ନିୟନ୍ତ୍ରଣ କରିବା ଏବଂ ପ୍ରମୁଖ ସ୍ଥାନଗୁଡ଼ିକରେ ସିସିଟିିଭି ଲଗାଇବାକୁ ଅନୁରୋଧ କରାଯାଇଛି । ଉଲଂଘନକାରୀଙ୍କୁ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ତାଙ୍କ ଲାଇସେନ୍ସ ରଦ୍ଦ କରାଯିବ ।

ଓଭର ଲୋଡିଂକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ପ୍ରଦୂଷଣ ରୋକିବା ଲାଗି କୋଇଲା ବୋଝେଇ ଡାଲାକୁ ଟାରପଲିନରେ ସମ୍ପୂର୍ଣ୍ଣ ଢ଼ାଙ୍କିବାକୁ କୁହାଯାଇଛି ।

ମଦ୍ୟପ ଗାଡ଼ି ଚାଳକଙ୍କ ଉପରେ ଅଙ୍କୁଶ ଲଗାଇବା ଲାଗି ନିୟମିତ ବ୍ୟବଧାନରେ ସ୍ଥାନୀୟ କର୍ତୃପକ୍ଷଙ୍କ ଦ୍ୱାରା ଗାଡ଼ିଗୁଡ଼ିକର ଯାଂଚ କରିବାକୁ କୁହାଯାଇଥିବା ବେଳେ ରାସ୍ତାରେ ଥିବା ଖାଲଖମାଗୁଡ଼ିକରେ ତୁରନ୍ତ କଂକ୍ରିଟ୍ ଭର୍ତି କରି ମରାମତି କରିବା ଆବଶ୍ୟକ ।

ଦୁର୍ଘଟଣା ପୀଡ଼ିତଙ୍କ ଲାଗି କ୍ଷତିପୂରଣ ନିୟମକୁ ଠିକ୍ ଭାବେ ପାଳନ କରିବାକୁ ସେ ଜିଲ୍ଳାପାଳଙ୍କୁ କହିଛନ୍ତି ।

ଗତ ୨୦୧୬ର ଜୁନ୍ ୧୦ ତାରିଖରେ ଏମସିଏଲ୍ ଓ ଜିଲ୍ଲା ପ୍ରଶାସନ ଭିତରେ ହୋଇଥିବା ବୈଠକର ନିର୍ଯ୍ୟାସକୁ ମଧ୍ୟ ସେ ଜିଲ୍ଲାପାଳଙ୍କୁ ମନେ ପକାଇ ଦେଇଛନ୍ତି । ସେହି ବୈଠକରେ ନିଷ୍ପତି ହୋଇଥିଲା ଯେ ଦୁର୍ଘଟଣା ଯୋଗୁ ଯଦି କହାର ମୃତ୍ୟୁ ହୁଏ ତାଙ୍କ ବୟସ ୬୦ ବର୍ଷରୁ କମ୍ ହୋଇଥିଲେ ୩ ଲକ୍ଷ ଟଙ୍କା ଏବଂ ୬୦ ବର୍ଷର ଅଧିକ ହୋଇଥିଲେ ୧ ଲକ୍ଷ ଟଙ୍କାର ଜରିମାନା ଦିଆଯିବ । ପୂର୍ଣ୍ଣ ଭିନ୍ନକ୍ଷମ ହୋଇଗଲେ ଏକ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ସମସ୍ତ ଚିକିତ୍ସା ଖର୍ଚ୍ଚ ପରିବହନକାରୀ ସଂସ୍ଥା ଓ କଂପାନି ବହନ କରିବ ।

Leave A Reply

Your email address will not be published.