Latest Odisha News

BREAKING NEWS

ରାଜ୍ୟ ସରକାରଙ୍କୁ ପୂର୍ବତନ ସାଂସଦଙ୍କ ସମାଲୋଚନା, କହିଲେ ପୁରୀରେ ଚାଲିଛି ଅମଲାତନ୍ତ୍ରର ଆତଙ୍କଲୀଳା

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ଚତୁପାଶ୍ୱର୍ରେ ଥିବା ମଠ ଓ ଐତିହ୍ୟ ସବୁକୁ ଧ୍ୱଂସ କରାଯାଉଥିବା ନେଇ ଗୁରୁବାର ଦିନ ଓଡିଶା ସରକାରଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ପୁରୀ ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରୀପାଠି ।

ଏହି ପରିପ୍ରେକ୍ଷୀରେ ଶ୍ରୀ ତ୍ରୀପାଠି କହିଛନ୍ତି, ରାଜ୍ୟ ସରକାର ପୁରୀରେ ଅମଲାତାନ୍ତ୍ରିକ ଆତଙ୍କବାଦ ଚଳାଇଛନ୍ତି । ଯାହା ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତି ଠାରୁ ମଧ୍ୟ ଅଧିକ ଭୟଙ୍କର ।

ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ଆଳରେ ରାଜ୍ୟସରକାର ଐତିହାସିକ ତଥା ଶହଶହ ବର୍ଷର ପୁରୁଣା ନିର୍ମାଣ ଏବଂ ମଠସବୁକୁ ଧ୍ୱଂସ କରୁଛନ୍ତି । ଯାହାଫଳରେ ପୁରୀ ସହରର ଐତିହ୍ୟ ଓ ସଂସ୍କୃତି ଏକପ୍ରକାର ଲୋପ ପାଇଯିବ ଏବଂ ଏହା ବାତ୍ୟା ‘ଫନି’ ପରେ ପୁରୀବାସୀଙ୍କୁ ଏକ ଝଟକା ସଦୃଶ୍ୟ ହେବ ।

ଆହୁରି ମଧ୍ୟ ଏହି ଅଭିଯାନ ପୁରୀ ସଂସ୍କୃତି ଓ ଐତିହ୍ୟ ବିରୋଧରେ ଏକ ବଡ ଷଡଯନ୍ତ୍ର ଏବଂ ରାଜ୍ୟ ସରକାର ଉଭୟ ଆଇନ ଓ ସମ୍ବିଧାନର ଉଲଂଘନ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.