ଭୁବନେଶ୍ବର: ଖୁବ ଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ। ଦିନେ ଦୁଇ ଦିନ ଭିତରେ ରତ୍ନଭଣ୍ଡାରର ମରାମତି କାମ ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜାନୁଆରି ୩୧ ସୁଦ୍ଧା ରତ୍ନଭଣ୍ଡାରର ମରାମତି ଓ ଗଣତିମଣତି କାମ ଶେଷ ହେବ। ତାପରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ସୁରକ୍ଷିତ ସ୍ଥାନକୁ ଅଳଙ୍କାର ଆଣି ଗଣତିମଣତି କରାଯିବ।
ସୂଚନାଯୋଗ୍ୟ, ରତ୍ନଭଣ୍ଡାର ଗଣତିମଣତି ପାଇଁ ପ୍ରସ୍ତୁତ ସରିଥିଲା ଏସଓପି। ଏଏସଆଇ ମରାମତି କରି ସାର୍ଟିଫିକେଟ୍ ଦେବା ପରେ ଗଣତିମଣତି ହେବ। ଅନ୍ୟପକ୍ଷରେ ଏସଓପି ଗୋପନୀୟ ହୋଇଥିବାରୁ ଏହାକୁ ପ୍ରକାଶ କରାଯାଇ ପାରିବ ନାହିଁ। ଠାକୁରଙ୍କ ଯେତିକି ସମ୍ପତ୍ତି ଅଛି, ତାହା ସୁରକ୍ଷିତ ରହିବା ଦରକାର ବୋଲି କୁହାଯାଇଥିଲା।