Latest Odisha News

BREAKING NEWS

୬.୫ ପ୍ରତିଶତ ସହ ରେପୋରେଟ୍‌ ବଳବତ୍ତର ରଖିଲା ଆରବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣିଥରେ ରେପୋ ରେଟ୍(ସୁଧ ହାର) ଅପରିବର୍ତ୍ତିତ ରଖିଛନ୍ତି। ରେପୋରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ଘୋଷଣା କରିଛି ଆରବିଆଇ। ମନିଟାରୀ ପଲିସି କମିଟି ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମୁଦ୍ରା ନୀତି କମିଟି(ଏମପିସି) ବୈଠକରେ ଆରବିଆଇ ଏହି ନିଷ୍ପତ୍ତି ନେଇଥିବା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି।

ଋଣ କିସ୍ତି(EMI) ବଢିବ ନାହିଁ କି ହ୍ରାସ ପାଇବ ନାହିଁ। କ୍ରମାଗତ ନବମ ଥର ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ରିଜର୍ଭ ବ୍ଯାଙ୍କ ପକ୍ଷରୁ ତିନି ଦିନିଆ ମନିଟାରୀ ପଲିସି କମିଟି ବା ଏମପିସି ବୈଠକ ବସିଥିଲା। ଶକ୍ତିକାନ୍ତ ଦାସ କହିଥିଲେ କି, ୬ ରୁ ୪ ସଦସ୍ୟ ରେପୋ ରେଟ୍ ଅପରିବର୍ତ୍ତିତ ରଖିବା ସପକ୍ଷରେ କହିଥିଲେ।

ଅନ୍ୟପଟେ ଦେଶରେ ଦରଦାମ ହାର ଏବେ ମଧ୍ୟ ଆରବିଆଇ ଦ୍ୱାରା ଧାର୍ଯ୍ୟ ୨-୬% ମଧ୍ୟରେ ରହିଛି। ଗତ ଜୁନ ମାସରେ ଖୁଚୁରା ମହଙ୍ଗା ହାର ଚାରି ମାସରେ ସର୍ବାଧିକ ଉଚ୍ଚସ୍ତର ୫.୦୮ ପ୍ରତିଶତରେ ରହିଥିଲା। ତେଣୁ ଯେ ପର୍ଯ୍ୟନ୍ତ ମହଙ୍ଗା ହାର ତାଳକୁ ଖସି ନାହିଁ ସେ ପର୍ଯ୍ୟନ୍ତ ରେପୋରେଟ ଖସିବାର କୌଣସି ସମ୍ଭାବନା ନାହିଁ। ଶେଷ ଥର ଲାଗି ସୁଧ ହାର ମେ ୨୦୨୨ରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ରେପୋରେଟ ହାର ୨.୫୦ ପ୍ରତିଶତ ବୃଦ୍ଧି କରାଯାଇଥିଲା। ଯାହା ପରେ ନୀତି ହାର ୬.୫ ପ୍ରତିଶତକୁ ଖସି ଆସିଛି। ସେବେଠାରୁ ସୁଧ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହାର ଅର୍ଥ ହେଉଛି ଗତ ୮ଟି ବୈଠକରେ ସୁଧ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ।

Comments are closed.