କୋଲକାତା: ପଶ୍ଚିମବଙ୍ଗରେ ହିଂସା ପ୍ରଭାବିତ ସ୍ଥାନରେ ସୋମବାର ସକାଳ ୭ଟାରୁ ୫ଟା ଭିତରେ ଲୋକେ ମତଦାନ କେନ୍ଦ୍ରକୁ ଆସି ପୁନଃ ମତଦାନ ଆରମ୍ଭ କରିଛନ୍ତି। ହିଂସା କାରଣରୁ ମତଦାନ ରଦ୍ଦ କରାଯାଇଥିବା ବୁଥ ଗୁଡିକରେ ଆଜି ପୁଣି ମତଦାନ ହେବା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି।
ପଶ୍ଚିମବଙ୍ଗର ୬୯୭ ବୁଥ୍ରେ ସାନି ମତଦାନ ଆରମ୍ଭ ହୋଇଛି। ମୁର୍ଶୀଦାବାଦ୍ରେ ସର୍ବାଧିକ ୧୭୫ଟି ବୁଥ୍ରେ ସାନି ମତଦାନ ତାଲିକାରେ ରହିଛି। ଏହାପରେ ମାଲଦାର ୧୧୨ ବୁଥ୍ ଦ୍ୱିତୀୟ ସ୍ଥାନରେ ରହିଛି। ସେହପରି ନଦୀଆ, ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ପୂର୍ବମେଦିନୀପୁର, ହୁଗୁଳି, ଦକ୍ଷିଣ ଦିନାଜପୁର, ଜାଲପାଇଗୁରୀ, ବୀରଭୂମୀ, ପଶ୍ଚିମ ମେଦିନାପୁର, ବାଙ୍ଗରା, ହାୱଡ଼ା, ପଶ୍ଚିମ ବର୍ଦ୍ଧମାନ, ପୁରୁଲି, ପୂର୍ବ ବର୍ଦ୍ଧମାନ ଓ ଆଲିପୁରଦୁଆର ବୁଥ୍ରେ ସାନି ମତଦାନ ଚାଲିଛି।
ଏହି ସବୁ ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିବା ବେଳେ ହିଂସାଶୂନ୍ୟ ମତଦାନ କରିବା ପାଇଁ ଆୟୋଗ ପକ୍ଷରୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଥାଉକି, ଶନିବାର ପଶ୍ଚିମବଙ୍ଗରେ ହୋଇଥିବା ପଞ୍ଚାୟତ ନିର୍ବାଚନ ବେଳେ ହିଂସାକାଣ୍ଡ ଘଟିଥିଲା। ଯେଉଁଥିରେ ପ୍ରାୟ ୧୮ ଜଣଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟା ଓ ହିଂସାକାଣ୍ଡର ବିସ୍ତୃତ ରିପୋର୍ଟ ଜିଲ୍ଲାପାଳମାନଙ୍କୁ ମାଗିଛନ୍ତି ରାଜ୍ୟ ନିର୍ବାଚନ କମିଶନ।
Comments are closed.