ଭୁବନେଶ୍ବର : ସାଧାରଣତନ୍ତ୍ର ଦିବସ ପାଇଁ ଆସିଲା ଗାଇଡ୍ଲାଇନ । ଜାନୁଆରୀ ୨୬ ତାରିଖ ଦିନ ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ପୂର୍ବାହ୍ନ ସାଢ଼େ ୯ଟା ସୁଦ୍ଧା ଜାତୀୟ ପତାକା ଉଡ଼ିବ। କୋଭିଡ୍ ସ୍ଥିତିକୁ ଦେଖି ଭର୍ଚୁଆଲ ନ ହେଲେ ଫିଜିକାଲ ମୋଡ୍ରେ ପତାକା ଉତ୍ତୋଳନ କରିବେ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ । ଏହି ସମାରୋହରେ ସ୍କୁଲର ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଭାଗ ନେଇପାରିବେ।
ଏଥର ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରିବା । ତେଣୁ ପ୍ରତି ସ୍କୁଲ ପିଲା କ୍ରାଫ୍ଟ ପ୍ରକଳ୍ପ ପ୍ରସ୍ତୁତ କରି ସୀମାରେ ନିୟୋଜିତ ଯବାନଙ୍କ ନିକଟକୁ ପଠାଇପାରିବେ। ଯବାନଙ୍କ ନିକଟରେ ଏହାକୁ ପହଞ୍ଚାଇବାର ବ୍ୟବସ୍ଥା ପ୍ରତିରକ୍ଷା ମନ୍ତ୍ରଣାଳୟ କରିବ ।
ସ୍କୁଲ ବନ୍ଦ ଥିଲେ ପିଲାମାନେ ସେମାନଙ୍କ ଘରେ ରହି ପ୍ରକଳ୍ପ କରିବେ ଓ ତାହାକୁ ପଠାଇ ପାରିବେ। ପ୍ରକଳ୍ପର ଥିମ ରହିଛି ‘ୱେଷ୍ଟ ଟୁ ବେଷ୍ଟ’, ‘ୱେଷ୍ଟ ଟୁ ୱେଲ୍ଥ’ । ସମସ୍ତ କ୍ରାଫ୍ଟ ପ୍ରୋଜେକ୍ଟ/ମଡେଲ୍ଗୁଡ଼ିକ ଆରଡିସି ୱେବସାଇଟ୍ www.indianrdc.mod.gov.in ରେ ସ୍କୁଲ ନାମ ଓ ଅନ୍ୟାନ୍ୟ ତଥ୍ୟ ସହ ପ୍ରକାଶ ପାଇବ। ଶ୍ରେଷ୍ଠ ପ୍ରକଳ୍ପକୁ ଜାତୀୟସ୍ତରରେ ସମ୍ମାନିତ କରାଯିବ।
ସେହିପରି ୨୫ ତାରିଖ ସୁଦ୍ଧା ସ୍କୁଲ ସ୍ତରରେ ରଚନା ଲେଖନ, ବକ୍ତୃତା, କ୍ଲାସ ପ୍ରୋଜେକ୍ଟ, ନାଟକ ଆଦି ପ୍ରତିଯୋଗିତା ହେବ । ୨୬ତାରିଖରେ ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
BREAKING NEWS
- ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ବାର୍ଷିକ ରିପୋର୍ଟ ଓ ନୂତନ ୱେବ୍ସାଇଟ୍ ଉନ୍ମୋଚିତ
- ଲସ୍କର-ଏ-ତୈବାର ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲ୍ର ପର୍ଦ୍ଦାଫାସ୍, ୫ ଗିରଫ
- ଗିରଫ ହେଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର
- ରଗବୀ: ୧୭ ବର୍ଷରୁ କମ ବାଳିକା ବର୍ଗରେ ଓଡ଼ିଶା, ବାଳକ ବର୍ଗରେ ବିହାର ବିଜେତା
- ଆଇପିଏଲ: ପ୍ରତ୍ୟେକ ସିଜନରେ ଫ୍ରାଂଚାଇଜରଙ୍କ ହେଉଛି ୨୪୦୦ କୋଟି କ୍ଷତି !
- ପାକିସ୍ତାନକୁ ରାଜନାଥ ସିଂହଙ୍କ କଡା ବାର୍ତ୍ତା, ‘ଯଦି ତୁମେ ପଶ୍ଚିମବଙ୍ଗ ଆଡକୁ ନଜର ପକେଇବ, ତେବେ ତୁମକୁ….
- ଆଜି ରାତିରେ ଏକ ସଭ୍ୟତାର ଅନ୍ତ ହେବ, ୪୭ ବର୍ଷର ହିଂସାର ଅନ୍ତ ହେବ… ଇରାନକୁ ଟ୍ରମ୍ପଙ୍କ ଧମକ
- ମ୍ୟାଚ ଫିକ୍ସିଂ: ବାଂଲାଦେଶର ୭ ଖେଳାଳି ବାସନ୍ଦ
- ପଶ୍ଚିମବଙ୍ଗରେ ଭୋଟ ଆଗରୁ ବାଦ ପଡିଲେ ୯୦ ଲକ୍ଷ ଭୋଟର
- ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା
Comments are closed.