ଭୁବନେଶ୍ବର : ସାଧାରଣତନ୍ତ୍ର ଦିବସ ପାଇଁ ଆସିଲା ଗାଇଡ୍ଲାଇନ । ଜାନୁଆରୀ ୨୬ ତାରିଖ ଦିନ ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ପୂର୍ବାହ୍ନ ସାଢ଼େ ୯ଟା ସୁଦ୍ଧା ଜାତୀୟ ପତାକା ଉଡ଼ିବ। କୋଭିଡ୍ ସ୍ଥିତିକୁ ଦେଖି ଭର୍ଚୁଆଲ ନ ହେଲେ ଫିଜିକାଲ ମୋଡ୍ରେ ପତାକା ଉତ୍ତୋଳନ କରିବେ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ । ଏହି ସମାରୋହରେ ସ୍କୁଲର ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଭାଗ ନେଇପାରିବେ।
ଏଥର ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରିବା । ତେଣୁ ପ୍ରତି ସ୍କୁଲ ପିଲା କ୍ରାଫ୍ଟ ପ୍ରକଳ୍ପ ପ୍ରସ୍ତୁତ କରି ସୀମାରେ ନିୟୋଜିତ ଯବାନଙ୍କ ନିକଟକୁ ପଠାଇପାରିବେ। ଯବାନଙ୍କ ନିକଟରେ ଏହାକୁ ପହଞ୍ଚାଇବାର ବ୍ୟବସ୍ଥା ପ୍ରତିରକ୍ଷା ମନ୍ତ୍ରଣାଳୟ କରିବ ।
ସ୍କୁଲ ବନ୍ଦ ଥିଲେ ପିଲାମାନେ ସେମାନଙ୍କ ଘରେ ରହି ପ୍ରକଳ୍ପ କରିବେ ଓ ତାହାକୁ ପଠାଇ ପାରିବେ। ପ୍ରକଳ୍ପର ଥିମ ରହିଛି ‘ୱେଷ୍ଟ ଟୁ ବେଷ୍ଟ’, ‘ୱେଷ୍ଟ ଟୁ ୱେଲ୍ଥ’ । ସମସ୍ତ କ୍ରାଫ୍ଟ ପ୍ରୋଜେକ୍ଟ/ମଡେଲ୍ଗୁଡ଼ିକ ଆରଡିସି ୱେବସାଇଟ୍ www.indianrdc.mod.gov.in ରେ ସ୍କୁଲ ନାମ ଓ ଅନ୍ୟାନ୍ୟ ତଥ୍ୟ ସହ ପ୍ରକାଶ ପାଇବ। ଶ୍ରେଷ୍ଠ ପ୍ରକଳ୍ପକୁ ଜାତୀୟସ୍ତରରେ ସମ୍ମାନିତ କରାଯିବ।
ସେହିପରି ୨୫ ତାରିଖ ସୁଦ୍ଧା ସ୍କୁଲ ସ୍ତରରେ ରଚନା ଲେଖନ, ବକ୍ତୃତା, କ୍ଲାସ ପ୍ରୋଜେକ୍ଟ, ନାଟକ ଆଦି ପ୍ରତିଯୋଗିତା ହେବ । ୨୬ତାରିଖରେ ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
BREAKING NEWS
- ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଉଦ୍ଘାଟିତ; ୩୫୦ ନୃତ୍ୟଶିଳ୍ପୀଙ୍କ ଅଂଶଗ୍ରହଣ, ଭାରତ ବାହାରୁ ୧୫…
- ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୫ମ ଓ ୬ଷ୍ଠ ଦିନରେ ୪୨୧ ମାମଲା ରୁଜୁ,୨.୧୭ କୋଟି ମୂଲ୍ୟର…
- ଚଳିତ ମାସରୁ SOG ଯବାନ ଓ ଅଫିସରଙ୍କ Risk Allowance ହେଲା ବୃଦ୍ଧି
- ଆତଙ୍କବାଦ ଉପରେ ‘୩୬୦-ଡିଗ୍ରୀ’ପ୍ରହାର ପାଇଁ ପ୍ରସ୍ତୁତ:ଅମିତ ଶାହ
- ବାହାର ରାଜ୍ୟର ଧାନ ଗାଡି ଉପରେ ନଜର, ବିଭିନ୍ନ ଜିଲ୍ଲାରେ ଏନଫୋର୍ସମେଣ୍ଟ ଟିମ ନିଯୁକ୍ତ
- “ଓଡ଼ିଶାର ସର୍ବବୃହତ ଆଉଟଲାଇନ୍ ମାନଚିତ୍ର” ସୃଷ୍ଟି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ କଲା ସରକାରୀ ପଲିଟେକ୍ନିକ୍ କଲେଜ
- ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ, କହିଲେ କଥା ଦେଇ, କଥା ରଖିଲି…
- ଧାନ ଇନପୁଟ୍ ସହାୟତା ଚାଷୀଙ୍କ ମନୋବଳ ବଢ଼ାଇଛି, ଚାଷ ପ୍ରତି ଆଗ୍ରହ ବଢ଼ିଛି-ମୁଖ୍ୟମନ୍ତ୍ରୀ
- ବିଆଇପିଏଫ୍ ପକ୍ଷରୁ ପ୍ରଫେସର୍ ଘନଶ୍ୟାମ ଦାଶ ଛାତ୍ରବୃତ୍ତି ୨୦୨୫-୨୬ ର ବିଜେତା ସମ୍ମାନିତ
- Maoist Free: ମାର୍ଚ୍ଚ ସୁଦ୍ଧା ମାଓମୁକ୍ତ ହେବ ଓଡ଼ିଶା: ଏଡିଜି
Comments are closed.