Latest Odisha News

BREAKING NEWS

କବିତା : ଅନ୍ଧକାର

ଜଗନ ପାଳ 

କେବେ ଅନ୍ଧକାରକୁ ବି ଖୋଜି ଦେଖ
ଏ ବନ୍ଦ୍ ଆଖି କି ବିନା ଆଲୋକରେ ନୁହେଁ
ବରଂ ଅମାନବିକତାର ମୁଖାତଳେ
ବରଂ ଛଦ୍ମହସର ବିକଟାଳ ରହସ୍ୟରେ
ଆଉ ତୁମ ଆମ ଅଜ୍ଞାନତା ଭିତରେ….

ଛାଇର ଛଳନାରେ ଆଭାସର ଛୁଆଁରେ
ପୁଣି ପାଣିର ଗଭୀରତା ଆଉ ନିଆଁର ଜ୍ୱାଳାରେ
ବାସ୍ନାର ବିଭୋରତାରେ ଆଉ ବିସ୍ମୟର ବିଚିତ୍ରତାରେ
ପୁଣି ମରିଚିକାର ମୃଣାଳିନୀର ମ୍ରିୟମାଣରେ
ଖୋଜି ଦେଖ ନିରାଶରେ ଆତ୍ମୋହୂତିରେ
ଖୋଜି ଦେଖ କର୍ତ୍ତବ୍ୟର କଠୋରାଘାତରେ
ଖୋଜି ଦେଖ ବୟସର ନିର୍ଜନତାରେ
ଖୋଜି ଦେଖ ଅଳସର ଆତ୍ମଗ୍ଲାନିରେ
ଏ ଅନ୍ଧକାର ବି ବଡ
ନିପୁଣ କାରିଗରଟିଏ
କେବେ ନୂଆ ସୃଷ୍ଟିର କାରଣ ସାଜେ ତ
ଆଉ କେବେ ସୃଷ୍ଟିର ଧ୍ୱଂସାଶୀ ସାଜେ
ତ କେବେ ଆରମ୍ଭର ଆହ୍ୱାନ ସାଜେ
କେବେ ପରିସମାପ୍ତିର ସଂକେତ
ଅନ୍ଧକାର ର ଅନ୍ଧାରରେ ଅନ୍ଧାରତା ହିଁ ଅନ୍ଧ ସାଜିଥାଏ
ଅସଫଳତାର ଆଲୋଡନରେ
ଅପର୍ଯ୍ୟାପ୍ତ ଅସମୟରେ
ପୁଣି ଅନାହାର-ଅର୍ଣ୍ଣବରେ
ଅକ୍ଲାନ୍ତ ଉଷ୍ମକଟିଏ…..

ଚାରିମାଢିଆ,ବାଙ୍କୀ,କଟକ
୭୫୪୦୩୦,୯୬୬୮୫୬୩୦୦୩

Leave A Reply

Your email address will not be published.