Latest Odisha News

BREAKING NEWS

ଆତଙ୍କବାଦୀଙ୍କ ଟାର୍ଗେଟରେ ଦିଲ୍ଲୀ, ସୁରକ୍ଷା କଡ଼ାକଡ଼ି

ଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ ଦିଲ୍ଲୀ ।  ଆଗାମୀ ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ସୂଚନା ପାଇବା ପରେ ଏବେଠୁ କଡାକଡି ହୋଇଛି ସୁରକ୍ଷା ବ୍ୟବସ୍ଥା ।  ଦିଲ୍ଲୀ- ଜାତୀୟ ରାଜଧାନୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ରାଜଧାନୀରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଗୁରୁବାର ଠାରୁ ଜାତୀୟ ରାଜଧାନୀ ୟୁଏଭି ସମେତ ପାରାଗ୍ଲାଇଡର, ହଟ୍ ଏୟାର ବେଲୁନ୍ ଓ ଅନ୍ୟନ୍ୟ ଅଣପାରମ୍ପରିକ ଉଡାଣକୁ ନିଷେଧ କରାଯାଇଛି । ଏହି କଟକଣା ଫେବୃଆରୀ ୧୫ ପର୍ଯ୍ୟନ୍ତ ଜାରି ରହିବ । ସାଧାରଣତନ୍ତ୍ର ଦିବସ ଅବସରରେ ସାଧାରଣ ଜନତା , ବିଶିଷ୍ଟ ବ୍ୟକ୍ତି ଓ ପ୍ରମୁଖ ପ୍ରତିଷ୍ଠାନ ଉପରେ ଆତଙ୍କବାଦୀ ଆକ୍ରମଣ କରିବା ସମ୍ଭାବନା ରହିଥିବାରୁ ଦିଲ୍ଲୀ ପୋଲିସ କମିଶନର  ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ସୁରକ୍ଷା କଡାକଡି କରାଯିବା ସହ ବିଭିନ୍ନ ସିସିଟିଭିରେ ଫେସିଆଲ ରେକଗନାଇଜେସନ୍ ସଫ୍ଟୱେର ଲଗାଯାଇଛି । ଦିଲ୍ଲୀ ପୋଲିସର ସମସ୍ତ ୟୁନିଟ ସହ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ସୁରକ୍ଷାରେ ରହିବ । ଏହାସହ ଗଳି ଗଳିରେ ବ୍ୟାପକ ସଂଖ୍ୟାରେ ଅର୍ଦ୍ଧସାମରିକ ବଳ ନିୟୋଜିତ ହେବେ ।

Comments are closed, but trackbacks and pingbacks are open.