Latest Odisha News

BREAKING NEWS

୧୦ ଡିଗ୍ରୀ ତଳେ ରାଜ୍ୟର ୩ ସ୍ଥାନ; ଟ୍ବିନ୍‌ସିଟିରେ ୧୩ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାର ୩ଟି ସ୍ଥାନରେ ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ବୁଧବାର ସୂଚନା ଦେଇଛି।

ଦାରିଙ୍ଗବାଡିରେ ରାତ୍ରି ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ ରହିଥିଲା। ଏହାସହିତ କେନ୍ଦୁଝର ଏବଂ କିରେଇରେ ରାତ୍ରି ତାପମାତ୍ରା ୯ଡିଗ୍ରୀ ସେଲସିୟସରେ ରହିଥିଲା ​। ଜି ଉଦୟଗିରି ଏବଂ ଟିଟଲାଗଡରେ ପାରଦ ୧୦.୮ ଡିଗ୍ରୀ ସେଲସିୟସକୁ ଖସି ଆସିଥିବାବେଳେ ସୁନ୍ଦରଗଡ ଏବଂ ବରିପଡା ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

କଟକ ଏବଂ ଭୁବନେଶ୍ୱରର ତାପମାତ୍ରା ୧୩ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇ ସ୍ୱାଭାବିକଠାରୁ ୨ ଡିଗ୍ରୀ କମ୍ ରହିଛି। ପୁରୀର ତାପମାତ୍ରା ୧୫.୮ ଡିଗ୍ରୀ ସେଲସିୟସ ରହିଛି।

 

Comments are closed, but trackbacks and pingbacks are open.