ପୁରୀ: ପୁରୀ ପୌର ସଂସ୍ଥାକୁ ଚିଠି କଲେ ଶ୍ରୀମନ୍ଦିର ପ୍ରଶାସନ । ଶରଧାବାଲି ପବିତ୍ରତା ବଜାୟ ରଖିବାକୁ ଚିଠିରେ ଅନୁରୋଧ କରିଛନ୍ତି ପ୍ରଶାସନ । ସମ୍ବେଦନଶୀଳ ପ୍ରସଙ୍ଗରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ପରମର୍ଶ । ରଥଯାତ୍ରା ସହ ପବିତ୍ର ଶରଧାବାଲିର ଅନେକ ଗୁରୁତ୍ବ ରହିଛି । ଶରଧାବାଲିକୁ ଅନ୍ୟ କାର୍ଯ୍ୟ ପାଇଁ ବ୍ୟବହାର କରାନଯାଉ । ସୁରକ୍ଷା ତଥା ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଉ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
ରଥଯାତ୍ରା ପ୍ରସ୍ତୁତିକୁ ନେଇ ଗତକାଲି ପୁରୀ ପୌରସଂସ୍ଥାର ଟାଉନ ହଲଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ବୈଠକରେ ରଥଯାତ୍ରା ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ରଥଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ଅଘଟଣ-ମୁକ୍ତ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପୋଲିସ ନିୟୋଜନ, ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା, ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ କାର୍ଯ୍ୟଗୁଡିକୁ ସଠିକ ଭାବେ ପରିଚାଳନା କରି ଶ୍ରଦ୍ଧାଳୁ ମାନେ ଯେପରି ଶୃଙ୍ଖଳିତ ଭାବେ ରଥଯାତ୍ରାରେ ଭାଗନେଇ ପାରିବେ ସେଥିପ୍ରତି ଧ୍ୟାନଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।
ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ସୁରୁଖୁରୁରେ ଏବଂ ଠିକ୍ ସମୟରେ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ସେବାୟତ ମାନଙ୍କ ସହଯୋଗ କାମନା କରିଥିଲେ ।
Comments are closed.