Latest Odisha News

BREAKING NEWS

ପୁଣି ଟିକା ଅର୍ଡର କଲେ ରାଜ୍ୟ ସରକାର

ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । କିପରି ସଂକ୍ରମଣକୁ ରୋକାଯିବ ତାଉ ଉପରେ ଗୁରୁତ୍ବ ଦେଇଛନ୍ତି ସରକାର । ରାଜ୍ୟରେ ଟିକାକରଣକୁ ବ୍ୟାପକ କରାଯାଇଥିବା ବେଳେ, ଆଜି ପୁଣି ଟିକା ଅର୍ଡର କରିଛନ୍ତି ରାଜ୍ୟ ସରକାର । ଟିକା ପାଇଁ ଦୁଇ ଟିକା ଉତ୍ପାଦକଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକକୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ଚିଠି ଲେଖିଛନ୍ତି । କେଉଁ ପର୍ଯ୍ୟାୟରେ କେତେ ଟିକା ଦରକାର ସେନେଇ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ।

ରାଜ୍ୟରେ ମେ ମାସ ପାଇଁ ୪୦ ଲକ୍ଷ କୋଭିସିଲ୍ଡ ଟିକାର ଆବଶ୍ୟକ ରହିଛି । ସେହିପରି ଜୁନ୍, ଜୁଲାଇ ଓ ଅଗଷ୍ଟ ପାଇଁ ୬୦ ଲକ୍ଷ ଡୋଜ୍ ଆବଶ୍ୟକ ରହିଛି । ଅନ୍ୟପଟେ ମେ ୩୧ ସୁଦ୍ଧା ୫ ଲକ୍ଷ କୋଭାକ୍ସିନ୍ ଦେବାକୁ ଚିଠି ଲେଖାଯାଇଛି । ବାକି ୫ ଲକ୍ଷ ୩୪ ହଜାର ଡୋଜ୍ ଜୁନ୍ ୧୫ ତାରିଖ ସୁଦ୍ଧା ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଆସନ୍ତା ମେ ୧ ତାରିଖରୁ ୧୧ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ମାଗଣାରେ ଟିକା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

Leave A Reply

Your email address will not be published.