Latest Odisha News

BREAKING NEWS

କମୁନି ତାତି, ୪୦ ଡିଗ୍ରୀ ଉପରେ ରାଜ୍ୟର ୧୨ ସହର

ଭୁବନେଶ୍ବର : ତାତି କରୁଛି କଲବଲ । ସାରା ରାଜ୍ୟରେ ଲଗାତର କିଛି ଦିନ ଧରି ଉପରମୁହାଁ ରହୁଛି ପାରଦ । ପ୍ରବଳହ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେଲେଣି ଲୋକେ । ଆଜି ରାଜ୍ୟର ୧୨ ସହର ୪୦ ଡିଗ୍ରୀ ଉପରେ ରହିଛି । ତେବେ ୪୩.୧ ଡିଗ୍ରୀ ତାପମାତ୍ରା ସହ ସୋନପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଆଜି ବାଲେଶ୍ବରରେ ତାପମାତ୍ରା ୩୪.୪ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୭.୧, କଟକରେ ୩୬.୬, ପରାଦୀପରେ ୩୨.୫, ଭୁବନେଶ୍ବରରେ ୩୮.୩, ଗୋପାଳପୁରରେ ୩୩, ପୁରୀରେ ୩୨.୮, ଅନୁଗୁଳରେ ୪୦.୧, ବାରିପଦାରେ ୩୮, ଝାରସୁଗୁଡ଼ାରେ ୪୧, କେନ୍ଦୁଝରରେ ୩୭.୪, ସମ୍ବଲପୁରରେ ୪୧.୨, ସୁନ୍ଦରଗଡ଼ରେ ୪୨, ହୀରାକୁଦରେ ୪୦.୩, ତାଳଚେରରେ ୪୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ତାପମାତ୍ରା ୪୨ ଡିଗ୍ରୀ ଥିବା ବେଳେ, ବଲାଙ୍ଗିରରେ ୪୨.୨, କୋରାପୁଟରେ ୩୫, ଫୁଲବାଣୀରେ ୩୯.୪, ଟିଟିଲାଗଡ଼ରେ ୪୨.୬, ମାଲକାନଗିରିରେ ୪୦, ନୟାଗଡ଼ରେ ୩୭, ବୌଦ୍ଧରେ ୪୨.୫, ଛତ୍ରପୁରରେ ୩୩, ପାରଳାଖେମୁଣ୍ଡିରେ ୩୮.୫ ଓ ରାୟଗଡ଼ାରେ ୩୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave A Reply

Your email address will not be published.