ଛତିଶଗଡ଼ : ଆଉ ମାତ୍ର କିଛି ସମୟର ଅପେକ୍ଷା । ୮୦ ଫୁଟ ଗାତ ପାଖରେ ପହଁଚିଛି ଉଦ୍ଧାରକାଳୀ ଦଳ । ଆଉ ମାତ୍ର କିଛି ସମୟର ଅପେକ୍ଷା । କୋଟି କୋଟି ଲୋକଙ୍କ ପ୍ରାର୍ଥନା । ଦୀର୍ଘ ୪ ଦିନର ଅହରହ କସରତ ପରେ ଉଦ୍ଧାରକାରୀ ଦଳ ରାହୁଲ ପାଖରେ ପହଁଚିବାକୁ ଯାଉଛନ୍ତି । ସୂଚନା ଦେଇଛନ୍ତି ଚମ୍ପା ଜିଲ୍ଲାର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା । ଏନଡିଆରଏଫ ଏବଂ ଏସଡିଆରଏଫ ଟିମ ଉଦ୍ୟମ ସଫଳ ହେବାକୁ ଯାଉଛି । ବୋରୱେଲ ପାଖରେ ସଜାଗ ରହିଛି ମେଡିକାଲ ଟିମ୍ । ଚତୁପାର୍ଶ୍ୱକୁ କରାଯାଇଛି କର୍ଡନ ।
ଉଦ୍ଧାରକାରୀ ଦଳ ରାହୁଲକୁ ବୋରୱେଲରୁ ବାହାରିବା ପରେ ତତକ୍ଷଣାତ୍ ପ୍ରସ୍ତୁତ ହୋଇଥିବା ଆମ୍ବୁଲାନ୍ସରେ ମେଡିକାଲକୁ ପଠାଯାଇଛି । ପୂର୍ବରୁ ପୋଲିସ ଏକ ମକଡ୍ରିଲ କରିଥିବାବେଳେ । ରାହୁଲ ବାହାରିବା ପରେ କଡ଼ା ସୁରକ୍ଷା ବଳୟ ଭିତରେ ଅର୍ଥାତ ଗ୍ରୀନ କରିଡର ମାଧ୍ୟମରେ ମେଡିକାଲକୁ ପଠାଯିବାକୁ ବ୍ୟବସ୍ଥା ହୋଇଛି ।
ଛତିଶଗଡର ରାହୁଲ ସାହୁ ଖେଳୁଥିବା ସମୟରେ ଏକ ୮୦ ଫୁଟ ଗଭୀର ବୋରୱେଲରେ ଗଳି ପଡିଥିଲେ । ସେପଟେ ଜିଲ୍ଲା ପ୍ରଶାସନ ଖବର ପାଇବା ପରେ ଆରମ୍ଭ କରିଥିଲା ଅପରେସନ ରାହୁଲ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ସହ ଅପରେସନକୁ ସଫଳ କରିବା ପାଇଁ ପ୍ରଶାସନକୁ ଦେଇଥିଲେ କଡ଼ା ନିର୍ଦ୍ଦେଶ । ଅତ୍ୟାଧୁନିକ ଟେକନିକ ପ୍ରଶାସନର ଶହ ଶହ ଅଧିକାରୀ, ପୋଲିସ କର୍ମଚାରୀ, ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ ମଧ୍ୟ ଘଟଣାସ୍ଥଳରେ ମୁତୟନ ରହିଥିଲେ । ଏକ ସ୍ୱତନ୍ତ୍ର ରେସକ୍ୟୁ ଟିମ୍ ଗଭୀର ଗାତ ଭିତରେ ଏକ ଟନେଲ ନିର୍ମାଣ ଆରମ୍ଭ କରିଥିଲେ । କାରଣ ରାହୁଲକୁ ସୁରକ୍ଷିତ ଉଦ୍ଧାର କରିବା ନିମନ୍ତେ ପ୍ରଶାସନ ସମସ୍ତ ପ୍ରକାର ରଣନିତୀ ଲଗାଇଦେଇଛି ।
ରାହୁଲ ଜଣେ ମୁକ ଏବଂ ବଧିର ବାଳକ । କିଛି କହିପାରୁନଥିବା ବେଳେ କିଛି ଶୁଣି ପାରେନି ମଧ୍ୟ । କିନ୍ତୁ ଗାତରେ ପଡିବା ପରେ ଯେଉଁ ଖାଦ୍ୟ ପଠାଯାଇଥିଲା, ରାହୁଲ ଖାଦ୍ୟ ଗ୍ରହଣ କରୁଥିଲା । ୪ ଦିନ ଧରି ବିଶାଳ ଗାତରେ ରହିବା ପରେ ଆଜି ଅପରେସନ ଶେଷ ପର୍ଯ୍ୟାୟରେ ପହଁଚିଛି ।
Comments are closed.