Latest Odisha News

BREAKING NEWS

୪୦ ଫୁଟ୍ ଗଭୀର ବୋରୱେଲରେ ୬୮ ଘଣ୍ଟା ହେଲାଣି ଫସିଛି ତନ୍ମୟ

ଭୋପାଳ: ୪୦ ଫୁଟ୍ ଗଭୀର ତଳେ ବିତିଲାଣି ୬୮ ଘଣ୍ଟା । ତଥାପି ହାର ମାନିନି ୮ ବର୍ଷର ତନ୍ମୟ । ୪୫ ଫୁଟର ବୋରୱେଲରୁ ତନ୍ମୟକୁ ଉଦ୍ଧାର ଲାଗି ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ମଧ୍ୟପ୍ରଦେଶ ବେତୁଲ ଜିଲ୍ଲା ମାଣ୍ଡବି ଗାଁର ଏକ ବୋରୱେଲରେ ୬ ତାରିଖରେ ଖସି ପଡ଼ିଥିଲା ତନ୍ମୟ । ଖେଳୁ ଖେଳୁ ତନ୍ମୟ ବୋରୱେଲରେ ଗଳି ପଡ଼ିବା ପରେ ତୁତନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

BjdElectrycity

ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍, ଏସଡିଆରଏଫ୍ ସହ ସ୍ଥାନୀୟ ପ୍ରଶାସନ ଲାଗିଛି । ୮ ବର୍ଷର ତନ୍ମୟକୁ ସୁରକ୍ଷିତ ଉଦ୍ଧାର ଲାଗି ବୋରୱେଲର ଅପର ପାର୍ଶ୍ୱରେ ଜେସିବି ସାହାଯ୍ୟରେ ୪୫ ଫୁଟର ଗାତ ଖୋଳା ଯାଇଛି । କୁହାଯାଉଛି, ଉଦ୍ଧାରକାରୀ ଦଳ ଏବେ ତନ୍ମୟ ଠାରୁ ମାତ୍ର ୭ ଫୁଟ୍ ଦୂରରେ ଅଛନ୍ତି । ତନ୍ମୟଙ୍କୁ ଉଦ୍ଧାର ଲାଗି ଡ୍ରିଲିଂ ଜାରି ରହିଥିବା ବେଳେ ପାଇପ୍ ଯୋଗେ ଅକ୍ସିଜେନ୍ ଦିଆଯାଉଛି ।

ଥଣ୍ଡା ବଢ଼ୁଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ତନ୍ମୟଙ୍କୁ ସୁରକ୍ଷିତ ଉଦ୍ଧାର ଲାଗି ସମସ୍ତେ ପ୍ରାର୍ଥନା କରୁଛନ୍ତି । ଗତ ଜୁନ୍ ମାସରେ ଛତିଶଗଡ଼ର ଜାଞ୍ଜଗିରିରେ ୧୦ ବର୍ଷର ରାହୁଲ୍ ଫସି ଯାଇଥିଲା । ପ୍ରାୟ ଶହେ ଘଣ୍ଟାର ମାରାଥନ୍ ଅପରେସନ୍ ପରେ ୮୦ ଫୁଟ୍ ତଳୁ ରାହୁଲକୁ ଉଦ୍ଧାର କରାଯାଇଥିଲା ।

ଏବେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ତନ୍ମୟକୁ ଉଦ୍ଧାର ପାଇଁ ସମସ୍ତେ ଆପ୍ରାଣ ଉଦ୍ୟମ କରୁଛନ୍ତି । ବାହାରେ ଆମ୍ବୁଲାନ୍ସ ଡାକ୍ତରୀ ଦଳ ରହିଛନ୍ତି । ଉଦ୍ଧାର ମାତ୍ରେ ତନ୍ମୟକୁ ତୁରନ୍ତ ହସ୍ପିଟାଲକୁ ନିଆଯିବ ।

Leave A Reply

Your email address will not be published.