କେରଳ: କୋଚି ନିକଟସ୍ଥ ସମୁଦ୍ରରେ ବୁଡ଼ି ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜରୁ ୨୧ଜଣଙ୍କୁ ଉଦ୍ଧାର କରାଯାଇଛି। ବାକି ଲୋକଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଅଭିଯାନ ଜାରି ରହିଛି। ଏହି ମାଲବାହୀ ଜାହାଜଟି ଲିବିୟାର ବୋଲି ଜଣାପଡିଛି , ଯାହାକି ଏପର୍ଯ୍ୟନ୍ତ ଅଧା ବୁଡ଼ିଯାଇଛି ଓ ଧୀରେ ଧୀରେ ସଂପୂର୍ଣ୍ଣଭାବେ ବୁଡ଼ିଯାଉଛି ।
୨୪ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨୧ଜଣଙ୍କୁ ଉଦ୍ଧାର କରାଯାଇଛି। ଅବଶିଷ୍ଟ ସଦସ୍ୟଙ୍କୁ ବଞ୍ଚାଇବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଖୋଜାଖୋଜି କରୁଛି।
ଏହି ଲିବିଆ ପତାକାଯୁକ୍ତ କଣ୍ଟେନର ଜାହାଜ ହେଉଛି MSC ELSA 3, ଯାହା ମେ ୨୩ ତାରିଖରେ ଭିଜିନଜାମ ବନ୍ଦରରୁ ବାହାରିଥିଲା ଏବଂ ମେ ୨୪ ତାରିଖରେ କୋଚିରେ ପହଞ୍ଚିବାର ଥିଲା।
ମେସର୍ସ ଏମଏସସି ସିପ୍ ମ୍ୟାନେଜମେଣ୍ଟ ୨୪ ମେ ଦିନ ପ୍ରାୟ ୧:୨୫ ସମୟରେ କୋଚିର ଦକ୍ଷିଣ ପଶ୍ଚିମରେ ପ୍ରାୟ ୩୮ ନଟିକାଲ ମାଇଲ ଦୂରରେ ଜାହଜ ବୁଡିଯାଉଥିବା ବିଷୟରେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲା ଏବଂ ତୁରନ୍ତ ସହାୟତା ଲୋଡ଼ିଥିଲା। ବୁଡ଼ିଯାଉଥିବା ଜାହାଜ ଉପରୁ ବିମାନ ସାହାଯ୍ୟରେ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କାର୍ଯ୍ୟ କରୁଛି।
ଭାରତୀୟ ତଟ ରକ୍ଷକ ବଳ ସମନ୍ୱୟରେ ଡିଜି ସିପିଂ ଜାହାଜ ଲାଗି ତତ୍କାଳ ଉଦ୍ଧାର ସେବା ପ୍ରଦାନ ନିମନ୍ତେ ଜାହାଜର ପ୍ରବନ୍ଧକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଭାରତୀୟ ତଟ ରକ୍ଷକ ବଳ କହିଛି ଯେ ଦୁର୍ଘଟଣାରେ ଧନଜୀବନ ହାନୀ ଓ ପରିବେଶକୁ ହେବାକୁ ଥିବା ହାନୀରୁ ରକ୍ଷା କରିବା ପାଇଁ ତଟରକ୍ଷକ ବଳ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖା ଯାଇଛି।
Comments are closed.