Latest Odisha News

BREAKING NEWS

ଗବେଷକ ଅରବିନ୍ଦ ପଟ୍ଟନାୟକ ପାଇଲେ ଚତୁର୍ଥ ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ସ୍ୱର୍ଗତଃ ନଗେନ୍ଦ୍ରନାଥ ପ୍ରାଧାନଙ୍କ ୮୬ ତମ ଜୟନ୍ତୀ , ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ଦ୍ୱାରା ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି। ଏହି ଅବସରରେ ସାହିତ୍ୟିକ ତଥା ଗବେଷକ ଅରବିନ୍ଦ ପଟ୍ଟନାୟକଙ୍କୁ ଚତୁର୍ଥ ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ-୨୦୨୧ ପ୍ରଦାନ କରାଯାଇଛି।

ସନ୍ତୋଷ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାବନ୍ଧିକ ବୈଷ୍ଣବ ଚରଣ ମହାନ୍ତି, ବସନ୍ତ କୁମାର ପଣ୍ଡା , ଗୌତମ ମହାରଣା, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ସର୍ଗତଃ ପ୍ରଧାନଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ସାହିତ୍ୟିକ ଜୀବନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ପରିଷଦର ସଦସ୍ୟମାନେ ପରିଚାଳନା କରିଥିଲେ ଏବଂ ଜୁମ ଆପ ଓ ଫେସବୁକ ମାଧ୍ୟମରେ ଶତାଧିକ ଦର୍ଶକ ଏହାର ସିଧା ପ୍ରସାରଣ ଦେଖିଥିଲେ।

Leave A Reply

Your email address will not be published.