Latest Odisha News

BREAKING NEWS

ସଲମାନ୍‌ ଖୂର୍ଶୀଦଙ୍କ ନୂଆ ପୁସ୍ତକକୁ ନେଇ ବଢୁଛି ବିବାଦ; ହୋଇପାରେ ବ୍ୟାନ୍‌

ନୂଆଦିଲ୍ଲୀ: ସଲମାନ୍‌ ଖୂର୍ଶୀଦଙ୍କ ନୂତନ ପୁସ୍ତକକୁ ନେଇ ବିବାଦ ବଢିବାରେ ଲାଗିଛି। ବହି ପ୍ରକାଶିତ ହେବା ପରଠାରୁ ଏହି ପୁସ୍ତକକୁ ନେଇ ବିବାଦ ଆରମ୍ଭ ହୋଇଛି। ଗୁଲାମ ନବୀ ଆଜାଦଙ୍କ ପରି କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ପୁସ୍ତକ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥି ସହ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି ଯେ ଏହି ପୁସ୍ତକ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ।

ସଲମାନ ଖୂର୍ଶୀଦଙ୍କ ପୁସ୍ତକର ନାଁ ହେଉଛି ‘ସନ୍‌ରାଇଜ୍‌ ଓଭର୍‌ ଅଯୋଧ୍ୟା, ନେସନ୍‌ହୁଡ୍‌ ଆୱାର୍‌ ଟାଇମ୍ସ’। ଏହି ପୁସ୍ତକରେ ସଲମାନ ଖୂର୍ଶୀଦ ଆଜିର ହିନ୍ଦୁତ୍ୱକୁ ଆତଙ୍କବାଦୀ ସଂଗଠନ ଆଇଏସ୍ ଏବଂ ବୋକୋ ହରମ ସହିତ ତୁଳନା କରିଛନ୍ତି।

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଶୁକ୍ରବାର ଦିନ ଟ୍ୱିଟରରେ ଏକ ଭିଡିଓ ବିବୃତ୍ତି ଜାରି କରି କହିଛନ୍ତି ଯେ ସେ ଏହି ପୁସ୍ତକ ଉପରେ ନିଷେଧାଦେଶ ସମ୍ପର୍କରେ ଆଇନ ବିଶେଷଜ୍ଞଙ୍କ ସହ ଆଲୋଚନା କରିବେ। ସେ କହିଛନ୍ତି ଯେ ଏହି ପୁସ୍ତକ ଅତ୍ୟନ୍ତ ନିନ୍ଦନୀୟ। ବାସ୍ତବରେ, ଏହି ଲୋକମାନେ ହିନ୍ଦୁତ୍ୱ ଭାଙ୍ଗିବା ଏବଂ ଏହାକୁ ଜାତିରେ ବିଭକ୍ତ କରିବାର କୌଣସି ସୁଯୋଗ ଛାଡନ୍ତି ନାହିଁ।

Leave A Reply

Your email address will not be published.