Latest Odisha News

BREAKING NEWS

କରୋନା ଭାଇରସ: ଜୈବିକ ପ୍ରତିରୋଧ, ମହାମାରୀ ରୂପ ଦେଉଥିବା ଜିନ୍‌ର ଚିହ୍ନଟ

ନ୍ୟୁୟର୍କ: ଆମେରିକା ବୈଜ୍ଞାନିକମାନଙ୍କୁ ବୁଧବାର କରୋନା ଭାଇରସ ଗବେଷଣାରେ ବହୁତ ବଡ ସଫଳତା ମିଳିଛି । କରୋନା ଭାଇରସକୁ ପ୍ରତିରୋଧ କ୍ଷମତା ଓ ମହାମାରୀ ରୂପ ଦେଉଥିବା ଜିନର ଚିହ୍ନଟ ସେମାନେ କରିପାରିଛନ୍ତି । ଏହା ଦ୍ୱାରା କରୋନା ଭାଇରସର ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ସହାୟ ହେବ ।

କରୋନା ଭାଇରସରେ ୧୫ ଜିନର ଚିହ୍ନଟ ହୋଇଛି ବୋଲି ଆମେରିକା ମ୍ୟୁଜିୟମ ଅଫ ନାଚୁରାଲ ହିଷ୍ଟ୍ରୀର ବୈଜ୍ଞାନିକମାନେ କହିଛନ୍ତି । ଏହାର ନାମ ଓଆରଏଫ୩ଡି ନାମ ଦିଆଯାଇଛି । ଏହା କରୋନାର ଆଂଟିବଡି ସହିତ ଲଢ଼େଇ କରିଥାଏ । ସାର୍ସ କୋଭ-୨(କୋଭିଡ-୧୯ ରୋଗ ପାଇଁ ଉଦ୍ଦିଷ୍ଟ ଭାଇରସ) ଜିନର ଭିତରେ ଗବେଷକମାନେ ଏହାକୁ ଚିହ୍ନଟ କରିଥିଲେ । ଏହି ଜିନକୁ ଦୁର୍ବଳ କିମ୍ବା ହରାଇପାରିଲେ ରୋଗୀ ମହାମାରୀ କବଳରୁ ମୁକ୍ତି ପାଇବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Comments are closed.