Latest Odisha News

BREAKING NEWS

ହୋଟେଲରେ ରିଜର୍ଭ ପୋଲିସ କନଷ୍ଟେବଲଙ୍କୁ ହତ୍ୟା !

ବଲାଙ୍ଗୀର:ବଲାଙ୍ଗୀର ସହର ରେଲୱେ ଷ୍ଟେସନ ନିକଟସ୍ଥ  ଏକ ହୋଟେଲୁ ମିଳିଛି ମୃତଦେହ  । ହାତଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ  । ମୃତକ ସୋନପୁର ରିଜର୍ଭ ପୋଲିସର କନଷ୍ଟେବଲ ଶଙ୍କରଭାନୁ ବେହେରା ବୋଲି ଜଣାପଡ଼ିଛି। ସୋନପୁର ରିଜର୍ଭ ପୋଲିସ କନଷ୍ଟେବଳ ଶଙ୍କରଭାନୁଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରିଛି।

ସୂଚନା ମୁତାବକ ,ଝାଡଖଣ୍ଡ ଧାନବାଦର ବୀରେନ୍ ସିଂ ନାଁରେ ବୁକ୍‌ ହୋଇଥିଲା ରୁମ । ହୋଟେଲରେ ଶଙ୍କରଭାନୁ ଓ ବିନିତ ଶର୍ମା ରହିଥିଲେ ।ଗତକାଲି ହୋଟେଲରେ ଥିବା ଷ୍ଟାଫ ଭିତରକୁ ଯାଇ ଦେଖିଲା ବେଳକୁ ଶଙ୍କରଭାନୁଙ୍କ ମୃତଦେହ ପଡ଼ିଥିଲା । ବିନିତ ଶର୍ମା ଫେରାର ହୋଇଯାଇଥିଲେ । କେଉଁ କାରଣରୁ ତାଙ୍କୁ ହ୍ଯତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଗଂଜେଇ ଓ ରତ୍ନପଥର ବେପାରକୁ କେନ୍ଦ୍ରକରି ହତ୍ୟାକାଣ୍ଡ କରାଯାଇଥିବା ଆଶଙ୍କା କରାଯାଉଛି । ବର୍ତମାନ ପୁଲିସ ଏସବୁର ତଦନ୍ତ କରୁଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ହୋଟେଲ ରୁମରେ ତଦନ୍ତ କରୁଛି ବଲାଙ୍ଗିର ଟାଉନ ଥାନା ପୁଲିସ।

 

 

Leave A Reply

Your email address will not be published.