Latest Odisha News

BREAKING NEWS

ଗାଡ଼ି ଚେକିଂ ବେଳେ ରାଗିଗଲେ ମନ୍ତ୍ରୀ,ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଗଞ୍ଜାମ :ଗାଡ଼ି ଚେକିଂ ବେଳେ ରାଗିଗଲେ ମନ୍ତ୍ରୀ । ନିର୍ବାଚନ ପାଇଁ ରାସ୍ତାରେ ଯାନବାହନ ଚେକିଂ କରୁଛି ପୋଲିସ  ।ଗତକାଲି  ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ତନରଡା ନିକଟରେ  ଗାଡି ଚେକିଂ କରୁଥିଲା ପୋଲିସ । ଏହି ସମୟରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଟକାଇବା ସହ ଚେକିଂ କରିଥିଲା ପୋଲିସ । ହେଲେ ମନ୍ତ୍ରୀ ଆରୁଖ ହଠାତ୍ ଗାଡ଼ିରୁ ଓହ୍ଲାଇ ପୋଲିସକୁ ନାଲି ଆଖି ଦେଖାଇ ଚଢ଼ା ଗଳାରେ ଗାଡି ଚେକ୍ କର ବୋଲି କହିଥିଲେ ।

ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେପଟେ ନିର୍ବାଚନ ସମୟରେ ବେଆଇନ ଟଙ୍କା କାରବାର ରୋକିବାକୁ ଭାରତୀୟ ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ କଡ଼ା ଚେକିଂ କରାଯାଉଛି । ସୂଚନା ଅନୁସାରେ ମେ’ ୨୦ରେ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ଆସ୍କା ଲୋକସଭା ଆସନ ସହ ଭଞ୍ଜନଗର ବିଧାନସଭା କ୍ଷେତ୍ରରେ ମଧ୍ୟ ମତଦାନ ପଡିବ। ସେପଟେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ସରୁଛି ପ୍ରଚାର । ଶେଷଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିବେ ।

 

 

 

Leave A Reply

Your email address will not be published.