Latest Odisha News

ଆତଙ୍କବାଦୀ ଗ୍ରୁପ ଦି ରେଜିଷ୍ଟେନ୍ସ ଫ୍ରଂଟ ୩୦ ଆରଏସଏସ ନେତାଙ୍କୁ ଟାର୍ଗେଟ କରିବା ପାଇଁ ଜାରି କଲା ସୂଚୀ

ନୂଆଦିଲ୍ଲୀ: ଆତଙ୍କବାଦୀ ଗ୍ରୁପ ଦି ରେଜିଷ୍ଟେନ୍ସ ଫ୍ରଂଟ ମଙ୍ଗଳବାର ଜମ୍ମୁ-କଶ୍ମୀରର ୩୦ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ନେତାଙ୍କୁ ଟାର୍ଗେଟ କରିବା ପାଇଁ ସୂଚୀ ଜାରି କରିଛି । ଏହି ନେତାଙ୍କୁ ହତ୍ୟା କରିବା ପାଇଁ ଏହି ସଂଗଠନ ଧମକ ଦେଇଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କିଛି ଦିନ ତଳେ ସଂଘ ପ୍ରମୁଖ ମୋହନ ଭାଗବତ କହିଥିଲେ ସ୍ୱାଧୀନତାର ୭ ଦଶନ୍ଧି ବିତି ଯାଇଥିଲେ ମଧ୍ୟ ପାକିସ୍ତାନ ଖୁସି ନାହିଁ । ସେମାନଙ୍କୁ ବି ଧିରେ ଧିରେ ବୁଝିଲେଣି ଯେ, ଭାରତଠାରୁ ଅଲଗା ହେବା ଭୁଲ ଥିଲା । ଅଖଣ୍ଡ ଭାରତ ସତ୍ୟ ଏବଂ ଭାଗ ହୋଇଥିବା ଭାରତ ମିଥ୍ୟା । ଯେଉଁମାନେ ଭାରତଠାରୁ ଅଲଗା ହୋଇଛନ୍ତି ସେମାନେ ଭଲରେ ଅଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ।

BjdElectrycity

ଆଫଗାନିସ୍ତାନ, ବାଂଲାଦେଶ, ଭୂଟାନ, ମାଳଦୀପ, ମ୍ୟାନମାର, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା ଓ ତିବ୍ଦତ ଏହାର ଜ୍ୱଳନ୍ତ ଉଦାହରଣ । ଲଶ୍ମର ଇ ତୋଇବାର ଶାଖା ହେଲା ରେଜିଷ୍ଟେନ୍ସ ଫୋର୍ସ । ୨୦୨୦ ପରେ ଅନଲାଇନ କ୍ୟାମ୍ପେନ ମାଧ୍ୟମରେ ୬ ମାସ ହେବ ଏହି ଆତଙ୍କବାଦୀ ସଂଗଠନ ସକ୍ରିୟ ହୋଇଛି । ୨୦୨୨ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ମରିଥିବା ଅଧିକାଂଶ ଆତଙ୍କବାଦୀ ଏହି ଫ୍ରଣ୍ଟର ଥିଲେ ।

Leave A Reply

Your email address will not be published.