Latest Odisha News

ଝାରସୁଗୁଡା ଉପନିର୍ବାଚନ ପରିଚାଳନା ପାଇଁ ୩ ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର:ଝାରସୁଗୁଡା ଉପ ନିର୍ବାଚନ ପାଇଁ ପାଗ ଭିଡିଲେଣି ତିନି ପ୍ରମୁଖ ଦଳ । ତେବ ସବୁଠାରୁ ଆଗରେ ରହିଛି ବିଜେଡି । ପ୍ରଥମେ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏବେ ନିର୍ବାଚନ ପରିଚାଳନା ପାଇଁ  ତିନି ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ ।   ଏହି ତିନି ପର୍ଯ୍ୟବେକ୍ଷକ ହେଲେ  ପ୍ରସନ୍ନ ଆଚାର୍ଯ୍ୟ, ସାରଦା ନାୟକ ଓ ଦେବୀ ମିଶ୍ର । ଏ ନେଇ ଦଳ ପକ୍ଷରୁ ଏକ ରିଲିଜ ଜାରି କରାଯାଇଛି ।

BjdElectrycity

ଦଳର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଏହି ତିନି ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି କରାଯାଇଛି ।  ଆସନ୍ତା ମେ’ ୧୦ ତାରିଖରେ ହେବ ଝାରସୁଗୁଡା ଉପନିର୍ବାଚନ । ମେ’ ୧୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ଏହି ଉପନିର୍ବାଚନ ପାଇଁ ବିଜେଡି ଦିବଙ୍ଗତ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି । ଏହି ଆସନରୁ ରେକର୍ଡ ହାରରେ ଜିତିବ ବୋଲି ଦଳ ଆଶା ରଖିଛି ।

ଉପନିର୍ବାଚନ ପାଇଁ ବିଜେଡି ତାର ପ୍ରସ୍ତୁତି ଜୋରଦାର କରିଥିବାବେଳେ ଏ ଯାଏ କଂଗ୍ରେସ ବା ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ ।

 

 

Leave A Reply

Your email address will not be published.