Latest Odisha News

BREAKING NEWS

ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ‘ବାଇଡେନ୍‌ ବିରିୟାନୀ’; ଆମେରିକା

ନୂଆଦିଲ୍ଲୀ: ଖାଦ୍ୟ ଭିତରେ ବିରିୟାନୀ ପ୍ରାୟ ସଭିଁଙ୍କ ପସନ୍ଦଯୋଗ୍ୟ ଖାଦ୍ୟ। ତେବେ ବିଭିନ୍ନ ସ୍ଥାନର ବଡ଼ ବଡ଼ ସେଫ୍‌ମାନେ ଏହାକୁ ନେଇ କ୍ରମାଗତ ଭାବରେ ଚମତ୍କାର ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଏହି ସମୟରେ, ଆମେରିକାର ନ୍ୟୁୟର୍କର ଏକ ରେଷ୍ଟୁରାଣ୍ଟରେ ବିରିୟାନୀର ଏକ ନୂତନ ସଂସ୍କରଣ ଦେଖିବାକୁ ମିଳିଛି।

ଉକ୍ତ ରେସ୍ତୋରାଁ ଆମେରିକାର ନୂତନ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନାମରେ ବିରିୟାନୀର ନାମ ରଖିଛି। ନିକଟରେ ଶେଷ ହୋଇଥିବା ନିର୍ବାଚନରେ ​​ଜୋ ବାଇଡେନ୍‌ଙ୍କ ବିଜୟକୁ ସମ୍ମାନ ଜଣାଇ ବ୍ରୋନେକ୍ସର ଏକ ରେସ୍ତୋରାଁ ଏହାର ମେନୁ ତାଲିକାରେ ‘ବାଇଡେନ୍‌ ବିରିୟାନି’ ନାମକ ଏକ ନୂଆ ମେନୁ ଯୋଡିଛି। ସୋସିଆଲ ମିଡିଆରେ ବାଇଡେନ୍‌ ବିରିୟାନୀର ଫଟୋ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

Comments are closed.