Latest Odisha News

BREAKING NEWS

କଟକରେ ବଢୁଛି ସ୍ଥାନୀୟ ସଂକ୍ରମଣ: ଆଠଗଡ ସବଡିଭିଜନରେ ଲାଗୁ ହେଲା କଟକଣା

କଟକ: ବଢୁଥିବା କରୋନା କଟକଣାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ଆଠଗଡ଼ ସବ୍ ଡିଭିଜନରେ ଲାଗୁ ହୋଇଛି କଟକଣା । କଟକରେ ସ୍ଥାନୀୟ ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲା ତଥା ରାଜ୍ୟ ବାହାର ଲୋକଙ୍କ ଯା’ଆସ ଉପରେ କଟକଣା ଜାରି ହେବା ନେଇ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ,ସବ୍ ଡିଭିଜନ ଅଞ୍ଚଳରେ ୫ ଟି ନାକା ପଏଁଟ ରହିବ । କଟକଣାର ତଦାରଖ ନିମନ୍ତେ ଆଠଗଡ଼, ତିଗିରିଆ, ବଡ଼ମ୍ବା , ନରସିଂହପୁର ତହସିଲଦାରଙ୍କୁ ଦାୟିତ୍ଵ ଦିଆଯାଇଛି।

ପୋଲିସ ମଧ୍ୟ କଡ଼ା ପହରା ରଖି ସଂପୂର୍ଣ୍ଣ ସ୍ଥିତି ଉପରେ ନଜର ରଖିବ ବୋଲି ସୂଚନା ମିଳିଛି। ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Leave A Reply

Your email address will not be published.