Latest Odisha News

BREAKING NEWS

ଦେଓମାଳିରେ କଟକଣା ଲାଗୁ; ଆସିଲା ଏହି ସବୁ ନିୟମ..

କୋରାପୁଟ: ‘ଦେଓମାଳି’ ରେ କଟକଣା ଲାଗୁ କଲା କେରାପୁଟ ଜିଲ୍ଲା ପ୍ରଶାସନ । ପ୍ରାକୃତିକ ପରିବେଶକୁ ସ୍ବଚ୍ଛ ରଖିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଓଡ଼ିଶାର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଦେଓମାଳିରେ ରାତି ୮ରୁ ଭୋର ୫ଟା ଯାଏଁ ପର୍ଯ୍ୟଟକଙ୍କ ଗତିବିଧି ଉପରେ କଟକଣା ଲାଗୁ କରାଯାଇଛି।

ପର୍ଯ୍ୟଟକମାନେ ପୂର୍ବ ବୁକିଂ ଅନୁଯାୟୀ ସରକାରଙ୍କ ଦ୍ୱାରା ପରିଚାଳିତ କଟେଜରେ ରହିପାରିବେ। ପ୍ରଶାସନର ବିନା ଅନୁମତିରେ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ ରାତିରେ ଦେଓମାଳିରେ ରହିପାରିବେ ନାହିଁ। ପର୍ଯ୍ୟଟକଙ୍କୁ ସିଙ୍ଗଲ ୟୁଜ୍‌‌ ପ୍ଲାଷ୍ଟିକ ମନା କରାଯାଇଛି।

ନିୟମ ଉଲ୍ଲଙ୍ଘନକାରୀ ପର୍ଯ୍ୟଟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଜୋରିମାନା ଆଦାୟ କରାଯିବ ବୋଲି କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ରାଜ୍ୟର ସର୍ବୋଚ୍ଚ ଏବଂ ଜୈବିବିବିଧତା ତଥା ପର୍ଯ୍ୟଟକମାନଙ୍କର ଆକର୍ଷଣୀୟ କେନ୍ଦ୍ର ହୋଇଥିବାରୁ ଜିଲ୍ଲା ପ୍ରଶାସନ ଏହାର ସୁରକ୍ଷା ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇଛନ୍ତି ଓ  କଟକଣା ଲାଗୁ କରିଛନ୍ତି। ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ ଆଧାରରେ ଏହା ଲାଗୁ ହୋଇଛି ।

ସୂଚନାଥାଉକି , ପ୍ରସିଦ୍ଧ ଫିଲ୍ମ ନିର୍ମାତା ଏସ.ଏସ. ରାଜାମୌଲି  କିଛିଦିନ ତଳେ ସୋସିଆଲ ମିଡିଆରେ ଦେଓମାଳି ପର୍ବତର ଭିଡିଓ ପୋଷ୍ଟ କରି ସେ କହିଥିଲେ, ଓଡିଶାର ସର୍ବୋଚ୍ଚ ଏବଂ ସବୁଠାରୁ ଚମତ୍କାର ଶିଖର ଦେଓମାଳିକୁ ଆଶ୍ଚର୍ଯ୍ୟଜନକ ଏକାକୀ ଯାତ୍ରା କରିଥିଲି। ଉପରୁ ଦୃଶ୍ୟ ସମ୍ପୂର୍ଣ୍ଣ ମନୋରମ ଥିଲା । ହେଲେ ସେଠିକା ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ରାସ୍ତା ଦେଖିବା ନିରାଶାଜନକ ଥିଲା । ନାଗରିକମାନଙ୍କ ଟିକିଏ ଦାୟିତ୍ବବୋଧ, ଏଥିରେ ବଡ଼ ପରିବର୍ତ୍ତନ ଆଣିପାରିବ । ପ୍ରତ୍ୟେକ ପରିଦର୍ଶକ ଏହି ସ୍ଥାନଗୁଡ଼ିକୁ ସୁରକ୍ଷା ଦେବା ପାଇଁ ସେମାନଙ୍କର ଅଳିଆ ଆବର୍ଜନା ନିଜ ସହ ଫେରାଇ ନେବା ଉଚିତ୍ ।

Comments are closed.