Latest Odisha News

BREAKING NEWS

ବାରିପଦାରେ ବାଇକ ଚଳାଚଳ ଉପରେ ଲାଗିଲା କଟକଣା

ବାରିପଦା : ଲକ୍ ଡାଉନ ବେଳେ ସହରରେ ଭିଡ କମ କରିବା ଉଦ୍ଦେଶ୍ୟରେ ଆଜିଠାରୁ ବାଇକ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗିଛି । ବାରିପଦା ପୌରାଞ୍ଚଳ ସମେତ ଜିଲ୍ଲାର ସମସ୍ତ ସବଡିଭିଜନରେ ବାଇକ ଚଲାଇବା ଉପରେ କଟକଣା ଲାଗିଥିବା ଜିଲ୍ଲାପାଳ ବିନୀତ ଭରଦ୍ୱାର କହିଛନ୍ତି । ଲୋକେ ଚାଲିଚାଲି ନିଜ ଘର ପାଖ ଗ୍ରୋସରୀ ଓ ପରିବା ଦୋକାନରୁ ଅତ୍ୟାବଶ୍ୟକ ଜିନିଷପତ୍ର କିଣିବା ନେଇ ପରାମର୍ଶ ଦିଆଯାଇଛି ।

କୌଣସି କାମ ନଥାଇ ଘରୁ ବାହାରୁଥିଲେ ଗାଡିଗୁଡିକୁ ଜବତ କରାଯିବ । ଏପରିକି ଗାଡି ଚାଳକଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହେବ ବୋଲି ବାରିପଦା ଟାଉନ ଥାନା ଅଧିକାରୀ କହିଛନ୍ତି ।

Comments are closed.