Latest Odisha News

BREAKING NEWS

ଆସନ୍ତାକାଲିଠାରୁ ଖୋର୍ଦ୍ଧା ଉପଖଣ୍ଡରେ ଦୋକାନ ଖୋଲିବା ସମୟ କଟକଣା ଜାରି

ଭୁବନେଶ୍ୱର: ଲକ୍ ଡାଉନ ପରେ ମଧ୍ୟ ଜନସାଧାରଣ ସାମାଜିକ ଦୂରତ୍ୱ ନେଇ ସଚେତନ ହେଉ ନ ଥିବାରୁ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଦିଲ୍ଲୀର ନିଜାମୁଦ୍ଦିନ ତବଲିଘ ଜମାତରୁ ଫେରିଥିବା ଏକାଧିକ ବ୍ୟକ୍ତି ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଆସନ୍ତାକାଲିଠାରୁ ଦୋକାନ ଖୋଲିବା ସମୟ ନେଇ କଡା କଟକଣା ଘୋଷଣା କରାଯାଇଛି ।

ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଉପକଣ୍ଠରେ ରହିଥିବା ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାର ଏଣିକି ନିର୍ଦ୍ଧାରିତ ସମୟ ରହିବ । ଗ୍ରୋସରୀ, ପନିପରିବା, ଫଳ, ମାଛ ଓ ମାଂସ ଦୋକାନଗୁଡିକ ସକାଳ ୭ଟାରୁ ୧୨ ଯାଏଁ ଖୋଲା ରହିବ । ସେପଟେ କ୍ଷୀର ଦୋକାନଗୁଡିକ ସକାଳ ୭ଟାରୁ ୯ଟା ଏବଂ ସନ୍ଧ୍ୟା ୫ରୁ ୭ଟା ଯାଏଁ ଖୋଲା ରହିବ ବୋଲି ସୂଚନା ମିଳିଛି । କେବଳ ଔଷଧ ଦୋକାନ ସକାଳୁ ରାତି ଯାଏଁ ଖୋଲା ରହିବ ।

ଜରୁରୀ ଜିନିଷପତ୍ର କିଣିବା ପାଇଁ ଦୁଇ ଚକିଆ କିମ୍ବା ଚାରି ଚକିଆ ଗାଡି ବ୍ୟବହାର ନ କରି ଚାଲି ଚାଲି ନିକଟସ୍ଥ ଦୋକାନକୁ ଯିବା ପାଇଁ ପ୍ରଶାସନ ପରାମର୍ଶ ଦେଇଛି । ଏ ସଂକ୍ରାନ୍ତ ନିର୍ଦ୍ଦେଶ ଓ କଟକଣାର ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖୋର୍ଦ୍ଧା ଉପଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.