ଭୁବନେଶ୍ୱର: ରାଜ୍ୟରୁ ହଟିଲା ନାଇଟ୍ କର୍ଫ୍ୟୁ । ରାଜ୍ୟ ସରକାର ସୋମବାର ମାର୍ଚ୍ଚ ମାସ ପାଇଁ ଜାରି କରିଛନ୍ତି କୋଭିଡ କଟକଣା । ମନ୍ଦିର, ମସଜିତ ଉପରୁ ହଟିଲା ସମ୍ପୂର୍ଣ୍ଣ କଟକଣା ।
ଏହା ସହିତ ଧାର୍ମିକ, ସାମାଜିକ ସମାବେଶକୁ ମଧ୍ୟ ଅନୁମତି ମିଳିଛି । ରାଜନୈତିକ ଏବଂ କ୍ରୀଡା ସମାବେଶ ଆୟୋଜନକୁ ଅନୁମତି ମିଳିଛି । ବିବାହ ବ୍ରତ କାର୍ଯ୍ୟରେ ୫ଶହ ଏବଂ ଶୁଦ୍ଧିକ୍ରିୟାରେ ୨ ଶହ ୫୦ ଜଣ ସାମିଲ ହୋଇ ପାରିବେ ।
କୋଭିଡ କଟକଣା ଭିତରେ ପାଳନ କରାଯାଇପାରିବ ମହାଶିବରାତ୍ରୀ, ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ବ ।
Comments are closed.