Latest Odisha News

BREAKING NEWS

ଏମଏସଏମଇରେ ସାମିଲ ହେଲେ ରିଟେଲର ଓ ହୋଲସେଲ୍ ବ୍ୟବସାୟୀ

ନୂଆଦିଲ୍ଲୀ : ମହାମାରୀ କରୋନା ଭଳି ବିପତ୍ତି ସମୟରେ ଅଧିକ ପ୍ରଭାବିତ ହୋଇଛି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ । ଆଉ ଏବେ ଏହି କ୍ଷେତ୍ର ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ରିଟେଲର ଓ ହୋଲସେଲ୍ ବ୍ୟବସାୟୀଙ୍କୁ ଏମଏସଏମଇରେ ସାମିଲ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହାଦ୍ବାରା ଉପକୃତ ହେବେ ସାରା ଦେଶର ୨ କୋଟି ୫୦ ଲକ୍ଷ ରିଟେଲର ଓ ହୋଲସେଲର ।

କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ, ରିଟେଲର ଓ ହୋଲସେଲର ବ୍ୟବସାୟୀଙ୍କୁ ନୂଆ ଗାଇଡଲାଇନ୍ ଅନୁସାରେ, ଏମଏସଏମଇ ପରିସରଭୁକ୍ତ କରାଯିବ । ଏହାସହ ରିଜର୍ଭ ବ୍ୟାଙ୍କର ଗାଇଡ଼ଲାଇନ ଅନୁସାରେ, ସେମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ । ଏପରିକି ଋଣ ମଧ୍ୟ ଯୋଗାଇ ଦିଆଯିବ ବୋଲି ଗଡକରୀ ସୂଚନା ଦେଇଛନ୍ତି । ଦେଶର ଅର୍ଥନୀତିର ବିକାଶ ଦିଗରେ ଏହି ରିଟେଲର ଓ ହୋଲସେଲ୍ ବ୍ୟବସାୟୀଙ୍କ ବଡ଼ ଭୂମିକା ରହିଛି । ତେଣୁ ଏହି କ୍ଷେତ୍ରରୁ ଅଧିକ ସଶକ୍ତ କରିବାର ଆବଶ୍ୟକତା ଥିବା ସୂଚନା ଦେଇଛନ୍ତି ନୀତିନ ଗଡକରୀ ।

Comments are closed.